ରିପୋର୍ଟ କାର୍ଡ / ଭୁବନେଶ୍ୱର
ଫିଲ୍ମ‘ ଟ୍ୟୁଏଲଥ ଫେଲ’ (12TH FAIL )କୁ ଓଡ଼ିଶା ସରକାର ଜିଏସଟିମୁକ୍ତ କରିଛନ୍ତି । ପ୍ରତିଷ୍ଠିତ ନିର୍ଦ୍ଦେଶକ ବିଧୂବିନୋଦ ଚୋପ୍ରାଙ୍କ ଫିଲ୍ମ | ରାଜ୍ୟରେ ଅଧିକ ସଂଖ୍ୟକ ଲୋକେ ଏହି ହିନ୍ଦି ଫିଲ୍ମ ଦେଖିବାକୁ ପ୍ରୋତ୍ସାହିତ କରିବା ନିମନ୍ତେ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି । ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ହିନ୍ଦି ଫିଲ୍ମକୁ ପ୍ରୋତ୍ସାହିତ କରିବା ନିମନ୍ତେ ରାଜ୍ୟ ଜିଏସଟିମୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯାହାଫଳରେ ରାଜ୍ୟର ସିନେମା ହଲ୍ ଓ ମଲଟିପ୍ଲେକ୍ସରେ ଏହି ଫିଲ୍ମ ପ୍ରଦର୍ଶନ ପାଇଁ କୌଣସି ଏଂଟ୍ରି ଫି’ ବୃଦ୍ଧି କରିପାରିବେ ନାହିଁ କିମ୍ବା ବିଭିନ୍ନ ବର୍ଗର ସିଟ୍ ଗୁଡ଼ିକର ସଂଖ୍ୟା ମଧ୍ୟ ବଢ଼ାଇ ପାରିବେ ନାହିଁ ବୋଲି ସରକାର ତାଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି । ଏହି ଫିଲ୍ମର ଟିକେଟ୍ ବିକ୍ରି ଉପରେ ରାଜ୍ୟ ଜିଏସଟି ରହିବ ନାହିଁ । ତେଣୁ ଶସ୍ତା ଦରରେ ଏହି ଫିଲ୍ମ ଟିକେଟ୍ ଉପଲବ୍ଧ ହେବ ।
More Stories
ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ…..
ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୧୦ ଗିରଫ…..
ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା….