Report Card Odisha

| Daily Odia News

ବଙ୍ଗୋପସାଗରରେ ୧୩ ମତ୍ସ୍ୟଜୀବୀ ନିଖୋଜ……

ରିପୋର୍ଟ କାର୍ଡ / କେନ୍ଦ୍ରାପଡ଼ା

ବଙ୍ଗୋପସାଗରରେ ସମୁଦ୍ରକୁ ମାଛ ଧରିବାକୁ ଯାଇ ଟ୍ରଲର ସହ ୧୩ ମତ୍ସ୍ୟଜୀବୀ ନିଖୋଜ ଘଟଣା ସାମ୍ନାକୁ ଆସିଛି । ଏଭଳି ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ରାଜନଗର ବ୍ଲକ ତାଳଚୁଆ ନିକଟ ସମୁଦ୍ରରେ | ଉପାସନା-୧ ଟ୍ରଲରରେ ମାଛ ଧରିବାକୁ ଯାଇଥିଲେ ମତ୍ସ୍ୟଜୀବୀ । ସୂଚନା ମୁତାବକ, ତାଳଚୁଆ ସାମୁଦ୍ରିକ ଅଞ୍ଚଳରୁ ଟ୍ରଲରଟି ମାଛ ଧରିବାକୁ ଯାଇ ନିଖୋଜ ହୋଇଛି । କାଲି ସନ୍ଧ୍ୟାରୁ ଟ୍ରଲର ସହ ଯୋଗାଯୋଗ ହୋଇପାରୁନଥିବା ସୂଚନା ମିଳିଛି । ଟ୍ରଲରର ଜିପିଏସ ସଂଯୋଗ ବିଚ୍ଛିନ୍ନ ହୋଇଛି । ଟ୍ରଲରରେ ୧୩ ମତ୍ସ୍ୟଜୀବୀ ଥିଲେ, ଯେଉଁମାନେ ଏବେ ନିଖୋଜ ଅଛନ୍ତି । କୋଷ୍ଟଗାର୍ଡ ଓ ସାମୁଦ୍ରିକ ଥାନା ପୋଲିସ ଖୋଜାଖୋଜି ଆରମ୍ଭ କରିଛନ୍ତି । ୧୩ ମତ୍ସ୍ୟଜୀବୀ ଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିବା ସୂଚନା ମିଳୁଛି |

Breaking News