Report Card Odisha

| Daily Odia News

ଯାଜପୁରରୁ ଜବତ ହେଲା ୧୩ ଲକ୍ଷ ଟଙ୍କାର ନକଲି ନୋଟ…..

ରିପୋର୍ଟ କାର୍ଡ / ଯାଜପୁର

ଯାଜପୁର ଟାଉନ ଥାନା ଅନ୍ତର୍ଗତ ସନ୍ଥ ମହାଦେବ ଗାଁରେ ଏକ ଘରୁ ୧୩ ଲକ୍ଷ ରୁ ଅଧିକ ଟଙ୍କାର ଜାଲ୍ ନୋଟ୍ ଜବତ ହୋଇଛି। ଏହି ନକଲି ନୋଟ ଯାଜପୁରରେ ଛପା ହୋଇ ହାଇଦ୍ରାବାଦ ଓ ବିଶାଖାପାଟଣା ଯାଉଥିଲା ବୋଲି ସୂଚନା ମିଳିଛି | ନକଲି ନୋଟ ପ୍ରସ୍ତୁତ କରୁଥିବା ଜଣେ ବ୍ୟକ୍ତିଙ୍କୁ ଆଜି ଯାଜପୁର ପୋଲିସ ଗିରଫ କରିଛି | ଚଢ଼ାଉ ବେଳେ ୧୩ ଲକ୍ଷ ୧୭ ହଜାର ୫୦୦ ଟଙ୍କା ନକଲି ନୋଟ ଜବତ | ଏହି ଘଟଣାରେ ଗିରଫ ହୋଇଥିବା ଯୁବକ ଜଣକ ହେଉଛନ୍ତି ଚନ୍ଦ୍ରମଣି ବଳ। ତାଙ୍କ ଘର ମଙ୍ଗଳପୁର ଥାନା ଛନ୍ଚିଂଣା ଅଂଚଳରେ ବୋଲି ଜଣାପଡିଛି | ପୋଲିସ ପ୍ରିଣ୍ଟ ମେସିନ ସହ ୨୨ ପ୍ରକାର ଟଙ୍କା ତିଆରି ସାମଗ୍ରୀ ଜବତ କରିଛି | ଏଥିରେ ଏକ ଵଡ ରାକେଟ ସକ୍ରିୟ ଥିବାର ପୋଲିସ ସନ୍ଦେହ କରୁଥିବାବେଳେ ଏହି ଟଙ୍କା ହାଇଦ୍ରାବାଦ ଓ ବିଶାଖାପାଟଣା ଚାଲାଣ ହେଉଥିଲା | ବ୍ୟକ୍ତି ଜଣକ ଯାଜପୁର ଟାଉନରେ ଭଡାରେ ରହି ଏହି କାରବାର କରୁଥିଲେ | ତେବେ ଏହି ନକଲି ନୋଟ ପ୍ରସ୍ତୁତିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ପୋଲିସ ସେବାବଦରେ ଅନୁସନ୍ଧାନ କରୁଛି | ରାଜ୍ୟବାହାରର କୌଣସି ଅପରାଧୀ ସାମିଲ ଅଛନ୍ତି ନା ନାହିଁ ତାହା ତଦନ୍ତ ଚାଲିଛି | ଏବାବଦରେ ଆଜି ଅପରାହ୍ନରେ ପୋଲିସ ପକ୍ଷରୁ ବିସ୍ତୃତ ସୂଚନା ଦିଆଯିବ |

 

Breaking News