ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରପଶ୍ଚିମ ପାକିସ୍ତାନରେ ଶନିବାର ଆତ୍ମଘାତୀ ବିସ୍ଫୋରଣରେ ୧୩ ପାକ୍ ଯବାନଙ୍କ ମୃତ୍ୟୁ ଘଟିଛି । ଖାଇବର ପଖଟୁଙ୍ଖୱା ଉତ୍ତର ୱାଜିରିସ୍ତାନରେ ଏହି ଆତ୍ମଘାତୀ ବିସ୍ଫୋରଣ ଘଟିଛି । ୧୩ ପାକ୍ ଯବାନଙ୍କ ମୃତ୍ୟୁ ହେବା ସହ ଆଉ ୧୦ ଜଣ ଯବାନ ଗୁରୁତର ହୋଇଛନ୍ତି । ୨୦ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଅନେକ ଶିଶୁ ମଧ୍ୟ ରହିଛନ୍ତି । ସେନା ଗାଡିକୁ ଟାର୍ଗେଟ୍ କରି ବିସ୍ଫୋରକ ଭର୍ତ୍ତି ଗାଡି ଧକ୍କା ଦେବାରୁ ଏହା ଘଟିଛି । ବିସ୍ଫୋରଣ କାରଣରୁୁ ଅନେକ ଘରର ଛାତ ଉଡି ଯାଇଛି । ଆହତଙ୍କ ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି ଅନୁମାନ କରାଯାଉଛି ।






More Stories
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ…..
ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ…..
କୌଣସି ଲକ୍ଡାଉନ୍ ହେବନି…..