ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶା ପ୍ରଶାସନିକ ସେବା-୨୦୨୨ ମେନ୍ (ଲିଖିତ) ପରୀକ୍ଷାରେ ମୋଟ ୧୩୬୭ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ଆଜି ଏହି ମେନ୍ ପରୀକ୍ଷା ଫଳ ପ୍ରକାଶ ପାଇଛି। ଆସନ୍ତା ସେପ୍ଟେମ୍ବର ୯ତାରିଖରୁ ଏହି ପ୍ରାର୍ଥୀମାନଙ୍କର ଡକ୍ୟୁମେଂଟ ଯାଂଚ ଓ ପର୍ସନାଲଟି ଟେଷ୍ଟ କରାଯିବ। ସେଥିପାଇଁ ସ୍ୱତନ୍ତ୍ର କାର୍ଯ୍ୟସୂଚୀ ଆୟୋଗଙ୍କ ଦ୍ୱାରା ଜାରି କରାଯିବ ବୋଲି ଜଣାପଡ଼ିଛି। ଓଡ଼ିଶା ପ୍ରଶାସନିକ ସେବା-୨୦୨୨ରେ ମୋଟ ୩୯୯ଟି ପଦବୀ ନିମନ୍ତେ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)ଙ୍କ ଦ୍ୱାରା ବିଜ୍ଞାପନ ଜାରି ହୋଇଥିଲା। ଗତ ୨୦୨୪ ଫେବୃୟାରୀ ୨୫ରୁ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ମେନ୍ (ଲିଖିତ) ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଆଜି ଏହି ପରୀକ୍ଷା ଫଳ ପ୍ରକାଶ ପାଇଛି। ମେନ୍ ପରୀକ୍ଷାରେ ୪୯୩ ଜଣ ମହିଳା ପ୍ରାର୍ଥୀଙ୍କ ସମେତ ମୋଟ ୧୩୬୭ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଆସନ୍ତା ସେପ୍ଟେମ୍ବର ୯ ତାରିଖରୁ ଆୟୋଗଙ୍କ କଟକସ୍ଥିତ ମୁଖ୍ୟାଳୟରେ ଏହି ପ୍ରାର୍ଥୀମାନଙ୍କର ଡକ୍ୟୁମେଂଟ ଯାଂଚ ଓ ପର୍ସନାଲଟି ଟେଷ୍ଟ ହେବ। ଏ ନେଇ ସ୍ୱତନ୍ତ୍ର ଭାବେ କାର୍ଯ୍ୟସୂଚୀ ଜାରି କରାଯିବ।






More Stories
୧୩ରେ ରାଜ୍ୟ କ୍ୟାବିନେଟ୍……
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..