Report Card Odisha

| Daily Odia News

୨୭ରେ ଖୋର୍ଦ୍ଧା ଜିଲ୍ଲାର ୧୩୯ ଶିକ୍ଷାନୁଷ୍ଠାନ ଛୁଟି…..

ରିପୋର୍ଟ କାର୍ଡ / ଭୁବନେଶ୍ଵର

ଆସନ୍ତା ୨୭ ଖୋର୍ଦ୍ଧା ଜିଲ୍ଲାର ୧୩୯ ଶିକ୍ଷାନୁଷ୍ଠାନକୁ ସ୍ୱତନ୍ତ୍ର ଛୁଟି ଘୋଷଣା କରାଯାଇଛି । ଚଳିତ ବର୍ଷ ହେବାକୁ ଥିବା ASO ପରୀକ୍ଷା କେନ୍ଦ୍ର ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସ୍ୱତନ୍ତ୍ର ଛୁଟି ଘୋଷଣା ହୋଇଛି । ପରୀକ୍ଷା ପାଇଁ ଖୋର୍ଦ୍ଧା ଜିଲ୍ଲାରେ ୧୩୯ଟି କେନ୍ଦ୍ର କରାଯାଇଛି । ସୂଚନା ଥାଉକି, ରାଜ୍ୟରେ ବନ୍ୟା ସ୍ଥିତି ପାଇଁ ଆସନ୍ତା ୨୧ ତାରିଖରେ ହେବାକୁ ଥିବା ASO ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । ଏହାପରେ ନୂଆ ତାରିଖ ଘୋଷଣା କରିଥିଲା OPSC । ୨୭ତାରିଖ ଦିନ ASO ପରୀକ୍ଷା ଅନୁଷ୍ଠିତ ହେବ ବୋଲି OPSC ପକ୍ଷରୁ ସୂଚନା ଦିଆଯାଇଥିଲା ।

Breaking News