ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତ୍ରିପୁରା ପୋଲିସ ୧୪ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଗିରଫ କରିଛି। ତ୍ରିପୁରା ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ – ବାଂଲାଦେଶୀ ଅନୁପ୍ରବେଶକାରୀମାନେ ବେଆଇନ ଭାବେ ଭାରତରେ ପ୍ରବେଶ କରୁଥିଲେ। ଚାରି ଦିନ ପୂର୍ବେ ଏନଆଇଏ ୨୫ ଜଣ ଅନୁପ୍ରବେଶକାରୀଙ୍କୁ ଗିରଫ କରିଥିଲା। ତ୍ରିପୁରାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଚାରିଜଣ ମହିଳା ଏବଂ ଚାରି ପିଲାଙ୍କ ସମେତ ୧୪ ଜଣ ବ୍ୟକ୍ତି ଦକ୍ଷିଣ ତ୍ରିପୁରା ସୀମାନ୍ତରେ ଥିବା ସବରୁମ ନାମକ ଗାଁରେ ଏକ ଘରେ ଲୁଚିକି ଥିଲେ | ଶନିବାର ଦିନ ବାଂଲାଦେଶୀ ନାଗରିକମାନେ ଦକ୍ଷିଣ ତ୍ରିପୁରାରେ ବେଆଇନ ଭାବେ ପ୍ରବେଶ କରିଥିଲେ ଏବଂ ଜଣେ ଭାରତୀୟ ନାଗରିକଙ୍କ ଘରେ ରହିଥିଲେ। ବାଂଲାଦେଶୀ ନାଗରିକ ପୋଲିସ କୁ କହିଥିଲେ ଯେ ସେମାନେ ଚାକିରି ଖୋଜିବା ପାଇଁ ବେଙ୍ଗାଲୁରୁ ଯିବାକୁ ଚେଷ୍ଟା କରୁଥିଲେ । ଏହାକୁ ନେଇ ପୁଲିସ କହିଛି ଯେ ଗିରଫ ବାଂଲାଦେଶୀଙ୍କ ଦାବିକୁ ଆମେ ଅନୁସନ୍ଧାନ କରୁଛୁ। ଏହି କ୍ରମରେ ପୁଲିସ ଶନିବାର ରାତିରେ ଘରର ମାଲିକଙ୍କ ସମେତ ଦୁଇ ଜଣ ଭାରତୀୟଙ୍କୁ ମଧ୍ୟ ଗିରଫ କରିଥିଲା। ଏହାପୂର୍ବରୁ ଆସାମ ପୋଲିସ ସହ ଏନଆଇଏ ନଭେମ୍ବର ୮ରେ ତ୍ରିପୁରାରୁ ୨୫ ଜଣଙ୍କ ସହ ଆସାମରୁ ୨୧ ଜଣଙ୍କୁ ଗିରଫ କରିଥିଲା | ଗିରଫ ବ୍ୟକ୍ତିମାନଙ୍କୁ ଏବେ ପଚରାଉଚରା କରାଯାଉଛି |
More Stories
ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ…..
ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୧୦ ଗିରଫ…..
ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା….