ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଧ୍ୟପ୍ରଦେଶର ରେୱାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି | ଦୀପାବଳି ପାଇଁ ଯାତ୍ରୀ ନେଇ ଯାଉଥିବା ବସ୍ ଓଲଟି ପଡ଼ିଛି | ଦୁର୍ଘଟଣାରେ ୧୪ଜଣଙ୍କର ମୃତ୍ୟୁ ଘଟିଛି ଓ ୩୫ଜଣ ଆହତ ହୋଇଛନ୍ତି। ୩୦ ନମ୍ବର ଜାତୀୟ ରାଜପଥରେ ଅଘଟଣ ଘଟିଥିବା ଜଣାପଡ଼ିଛି। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ- ବସ ରେ ଫସି ରହିଥିବା ଯାତ୍ରୀଙ୍କୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି କରିଥିଲା ପୋଲିସ | ଚିକିତ୍ସା ନିମନ୍ତେ ଆମ୍ବୁଲାନ୍ସ୍ ମଗାଇ ଆହତମାନଙ୍କୁ ତେଓନ୍ଥାର୍ ସିଭିଲ୍ ହସ୍ପିଟାଲ୍କୁ ନିଆଯାଇଥିଲା। ଦୀପାବଳି ପାଳନ ନିମନ୍ତେ ଯାତ୍ରୀମାନେ ନିଜ ନିଜର ଘରକୁ ଯାଉଥିଲେ ବୋଲି ପୋଲିସ କହିଛି। ଜିଲ୍ଲାପାଳ କହିଛନ୍ତି, ରାତି ପ୍ରାୟ ୧୧ଟା ବେଳେ ଦୁର୍ଘଟଣା ଘଟିଛି। ଉତ୍ତର ପ୍ରଦେଶରୁ ବାହାରିଥିବା ଉକ୍ତ ଯାତ୍ରୀଭରା ବସ୍ଟି ଜବଲପୁରରୁ ରେୱା ବାଟ ଦେଇ ପ୍ରୟାଗରାଜ ଅଭିମୁଖେ ଯାଉଥିବା ଥିବା ବେଳେ ପାହାଡ଼ୀ ରାସ୍ତାରେ ଓଲଟି ପଡ଼ିଲା। ଦୁର୍ଘଟଣାର କାରଣ ଜଣାପଡ଼ିନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି ବୋଲି ସେ କହିଛନ୍ତି। ଅନ୍ୟ ଏକ ରିପୋର୍ଟ ଅନୁସାରେ, ଶ୍ରମଜୀବୀମାନେ ଯାତ୍ରା କରୁଥିବା ଉକ୍ତ ବସ୍ଟି ହାଇଦ୍ରାବାଦରୁ ଗୋରଖପୁର ଅଭିମୁଖେ ଯାତ୍ରା କରୁଥିଲା। ଶୁକ୍ରବାର ରାତି ପ୍ରାୟ ୧୧.୩୦ରେ ପାହାଡ଼ ତଳ ଆଡ଼କୁ ଯାଉଥିବା ବେଳେ ସୁହାଗି ନିକଟରେ ଗୋଟାଏ ଟ୍ରଲି ଟ୍ରକ୍ରେ ଧକ୍କାଖାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୧୫ଜଣଙ୍କର ମୃତ୍ୟୁ ଘଟିଛି ଓ ୪୦ଜଣ ଆହତ ହୋଇଛନ୍ତି।






More Stories
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..
କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ……
ଫ୍ଲାଟ ମୂଲ୍ୟରୁ ହଟିଲା ପାର୍କିଂ ଚାର୍ଜ…..