Report Card Odisha

| Daily Odia News

ସୁଭଦ୍ରାରୁ ବାଦ ପଡ଼ିଲେ ୧ ଲକ୍ଷ ୪୩ ହଜାର ୭୮୫ ମହିଳା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସୁଭଦ୍ରା ଯୋଜନାରୁ ୧ଲକ୍ଷ ୪୩ହଜାର ୭୮୫ଜଣ ମହିଳା ବାଦ ପଡ଼ିଛନ୍ତି | ସୁଭଦ୍ରାର ପ୍ରଥମ ଓ ଦ୍ୱିତୀୟ କିସ୍ତି ନେଇ ପଚରାଯାଇଥିବା ଏକ ପ୍ରଶ୍ନର ଣତ୍ତରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୂଚନା ଦେଇଛନ୍ତି। ଆଜି ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି ଯେ ସୁଭଦ୍ରାର ଦ୍ୱିତୀୟ କିସ୍ତିରେ ୧ ଲକ୍ଷ ୮୩ହଜାର ୭୮୫ ମହିଳା ବାଦ ପଡ଼ିଛନ୍ତି। ୧ କୋଟି ୬୫ ହଜାର ୮୭୭ ମହିଳା ପ୍ରଥମ କିସ୍ତି ସୁଭଦ୍ରା ଟଙ୍କା ପାଇଥିଲେ। ଦ୍ୱିତୀୟ କିସ୍ତିରେ ୯୮ଲକ୍ଷ ୮୨ହଜାର ୯୨ଜଣ ଟଙ୍କା ପାଇଛନ୍ତି। ପ୍ରଥମ କିସ୍ତିରେ ସରକାର ୫ହଜାର ୩୨କୋଟି ୯୩ଲକ୍ଷ ଦେଇଛନ୍ତି। ଦ୍ୱିତୀୟ କିସ୍ତିରେ ୪ହଜାର ୯୪୧କୋଟି ୪ଲକ୍ଷ ପ୍ରଦାନ କରିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ପ୍ରକାଶ କରିଛନ୍ତି।

Breaking News