Report Card Odisha

| Daily Odia News

ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ୧୫ ଆହତ……

ରିପୋର୍ଟ କାର୍ଡ / ସୁନ୍ଦରଗଡ଼

ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ୧୫ରୁ ଅଧିକ ଜଣ ଆହତ ହୋଇଛନ୍ତି। ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଭୁତୁଡ଼ା ପଞ୍ଚାୟତ ସରେଇକଳା ନିକଟରେ | ସମସ୍ତଙ୍କୁ ଲହୁଣୀପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରେ ମହିଳା, ପରୁଷ ଓ କିଛି ନାବାଳିକା ଥିବା ଜଣାଯାଇଛି। ସମସ୍ତଙ୍କ ଘର ସରେଇ କଳା ଓ ହଟିଂ ଅଞ୍ଚଳରେ ହୋଇଥିବା ଜଣାଯାଇଛି। ଗତକାଲି ସନ୍ଧ୍ୟା ସମୟରେ ସରେଇ କଳା ଓ ହଟିଂ ଅଞ୍ଚଳର ୨୫ରୁ ଅଧିକ ଲୋକ ପିଡିଏସ ଚାଉଳ ଧରି ପିକ୍‌ଅପ୍‌ ଭ୍ୟାନରେ ଭୁତୁଣୀରୁ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ସରେଇକଳାରେ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Breaking News