ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ରାଜ୍ୟରେ ୧୫୫୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଛନ୍ତି | ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ରୁ ୯୦୪ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୬୫୪ ରହିଛି। ଆଜିର ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇଆ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୭୫,୬୯୦ରେ ପହଞ୍ଚିଛି। ତେବେ ଆକ୍ଟିଭ୍ କେସ୍ ୧୬,୭୧୫ ଥିବାବେଳେ ୯,୫୩,୦୮୮ ଜଣ ସୁସ୍ଥ ହୋଇଛନ୍ତି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୪୭୯ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୪୧ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳ ଜିଲାରୁ ୮୦, ବାଲେଶ୍ୱର ୯୭, ବରଗଡ ୬, ଭଦ୍ରକ ୪୨, ବଲାଙ୍ଗିର ୧୦ ଏବଂ ବଉଦ ଜିଲ୍ଲାରୁ ୩ ଜଣ ଚିହ୍ନଟ ହୋଇଛନ୍ତି। ଦେବଗଡ ୯, ଢେଙ୍କାନାଳ ୨୩, ଗଜପତି ୩, ଗଞ୍ଜାମ ୭, ଜଗତସିଂହପୁର ୬୭, ଯାଜପୁର ୭୮ ଏବଂ ଝାରସୁଗୁଡାରୁ ୭ ଜଣ ଚିହ୍ନଟ ହୋଇଛନ୍ତି। କଳାହାଣ୍ଡି ଜିଲ୍ଲାରୁ ୮, କନ୍ଧମାଳ ୧୮, କେନ୍ଦ୍ରାପଡା ୩୫, କେନ୍ଦୁଝର ୧୪, କୋରାପୁଟ ୨, ମାଲକାନଗିରି ୫, ମୟୁରଭଞ୍ଜ ୪୧ ଓ ନବରଙ୍ଗପରରୁ ୧୩ ଚିହ୍ନଟ ହୋଇଛନ୍ତି। ନୟାଗଡ ଜିଲାରୁ ୨୫, ନୂଆପଡା ୨, ପୁରୀ ୮୨, ରାୟଗଡା ୮, ସମ୍ବଲପୁର ୧୪, ସୋନପୁର ୮, ସୁନ୍ଦରଗଡ ୨୮ ଏବଂ ଷ୍ଟେଟପୁଲରୁ ୧୦୩ ଜଣ ଚିହ୍ନଟ ହୋଇଛନ୍ତି।





More Stories
ଓଡ଼ିଶା ସେମିକଣ୍ଡକ୍ଟର କ୍ଷେତ୍ରରେ ଆଗକୁ ବଢ଼ଛି…..
ଜାଭେଦ ଅଖତରଙ୍କୁ ସୋଆ ସାହିତ୍ୟ ସମ୍ମାନ ୨୦୨୫……
ଶଙ୍କରକୁ ଭୁବନେଶ୍ଵର ଆଣିଲା କ୍ରାଇମବ୍ରାଞ୍ଚ……