Report Card Odisha

| Daily Odia News

ଚାଷ ଜମି ବୁଲିଲେ, ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ…..

ରିପୋର୍ଟ କାର୍ଡ / ଗଞ୍ଜାମ

ବାତ୍ୟା ପରବର୍ତ୍ତୀ ବନ୍ୟା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ଅନୁଧ୍ୟାନ କରିବାକୁ ଆଜି ଜିଲ୍ଲା ଗସ୍ତରେ ଆସି ଗ୍ରାଉଣ୍ଡ ଜିରୋରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଚାଷୀଙ୍କ ନିକଟରେ ପହଞ୍ଚି ସେମାନଙ୍କ ସମସ୍ୟା ଶୁଣିବା ସହ ନିଜେ ଚାଷଜମି ଭିତରକୁ ଯାଇ ବନ୍ୟାଜଳରେ ନଷ୍ଟ ହୋଇଥିବା ଫସଲର ସ୍ଥିତି ପରଖିଥିଲେ। ପ୍ରଥମେ ପୁରୁଷୋତ୍ତମପୁର ବ୍ଲକ ର ହାଣ୍ଡିଘର ଏବଂ ପରେ ଛତ୍ରପୁର ବ୍ଲକ୍‌ର ବଉଳଗାଁ ନିକଟସ୍ଥ ଚାରିଛକରେ ପହଞ୍ଚି ଧାନ କ୍ଷେତକୁ ଯାଇ ଫସଲର ସ୍ଥିତି ଦେଖିଥିଲେ। ଚାଷୀଙ୍କ ସହ ଆଲୋଚନା କରି ବନ୍ୟା ଯୋଗୁଁ ଚାଷ କ୍ଷେତ୍ରରେ ହୋଇଥିବା କ୍ଷତି ସମ୍ପର୍କରେ ପଚାରି ବୁଝିଥିଲେ। ଏଥିସହ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କ୍ଷୟକ୍ଷତି ସମ୍ପର୍କିତ ପାୱାର ପଏଣ୍ଟ ଉପସ୍ଥାପନା ମଧ୍ୟ ଦେଖିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସମେତ ଅନ୍ୟ ଜନପ୍ରତିନିଧି ଓ ଅଧିକାରୀମାନେ ଉପସ୍ଥିତ ଥିଲେ।

Breaking News