Report Card Odisha

| Daily Odia News

ଟ୍ରାନ୍‌ସ୍‌ଫର୍‌ମର୍‌ ଫାଟି ୧୬ ମୃତ୍ୟୁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତରାଖଣ୍ଡରେ ଟ୍ରାନ୍‌ସ୍‌ଫର୍‌ମର୍‌ ଫାଟିବାରୁ ୧୬ଜଣକ ମୃତ୍ୟୁ ହୋଇଛି। ଅଳକାନନ୍ଦା ନଦୀ କୂଳରେ ଚାଲିଥିବା ‘ନମାମି ଗଙ୍ଗେ ପ୍ରକଳ୍ପ’ ସାଇଟରେ ଗୋଟାଏ ବିଦ୍ୟୁତ୍‌ ଟ୍ରାନ୍‌ସ୍‌ଫର୍‌ମର୍‌ ବିସ୍ଫୋରଣ ଘଟିବାରୁ ପ୍ରଥମେ ୧୦ଜଣକର ମୃତ୍ୟୁ ଘଟିଥିବା ବେଳେ ଏବେ ମୃତ୍ୟୁସଂଖ୍ୟା ୧୬ରେ ପହଞ୍ଚିଛି। ମିଳିଥିବା ସୂଚନା ମୁତାବକ, ଗତକାଲି ରାତିରେ ଏହି ଘଟଣା ଘଟିଥିଲା। ଗାଁର ଲୋକମାନେ କରେଣ୍ଟ ଲାଗିବାରୁ ଜଣେ ସିକ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ ହୋଇଥିବା ଖବର ପୁଲିସକୁ ଦେଇଥିଲେ। ଖବର ପାଇ ଯେତେବେଳେ ପୁଲିସ୍ କର୍ମଚାରୀ ଗ୍ରାମବାସୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ, ସେତେବେଳେ ଅନେକ ଲୋକ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିବା ଜଣାପଡ଼ିଥିଲା। ତୁରନ୍ତୁ ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲେ ବି ଏବେ ୧୬ଜଣକର ମୃତ୍ୟୁ ଘଟିଛି। ୧୬ଜଣକ ମଧ୍ୟରେ ଜଣେ ସବ ଇନ୍ସପେକ୍ଟର ଓ ୫ଜଣ ହୋମଗାର୍ଡ ଥିବା ଜଣାପଡ଼ିଛି। ତେବେ ଟ୍ରାନ୍‌ସ୍‌ଫର୍‌ମର୍‌ କାହିଁକି ଫାଟିଲା ଏହା ପଛର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି ପୁଲିସ।

Breaking News