ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସିକିମରେ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟି ୧୬ ଜଣ ଯବାନ ଶହୀଦ ହୋଇଛନ୍ତି। ଏଥିସହ ୪ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଆଜି ଭାରତ-ଚୀନ ସୀମା ଉତ୍ତର ସିକିମ ଜେମା ନିକଟରେ ଯବାନଙ୍କୁ ନେଇ ଯାଉଥିବା ଗାଡ଼ି ଗଭୀର ଖାତକୁ ଖସିପଡ଼ିଛି। ଚାଟେନ୍ରୁ ଥାଙ୍ଗୁ ଯିବା ସମୟରେ ଜେମା ନିକଟରେ ଗାଡ଼ିଟି ଘାଟି ବୁଲାଣିରେ ରାସ୍ତାରୁ ଖସି ଯାଇ ଗଭୀର ଖାତକୁ ଖସି ପଡ଼ିଥିବା କୁହାଯାଉଛି। ଗୁରୁତରମାନଙ୍କୁ ଏୟାରଲିଫ୍ଟ ଯୋଗେ ଆର୍ମୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..