Report Card Odisha

| Daily Odia News

ଯବାନଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ, ୧୬ ଶହୀଦ, ୪ ଗୁରୁତର….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ  

ସିକିମରେ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟି ୧୬ ଜଣ ଯବାନ ଶହୀଦ ହୋଇଛନ୍ତି। ଏଥିସହ ୪ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଆଜି ଭାରତ-ଚୀନ ସୀମା ଉତ୍ତର ସିକିମ ଜେମା ନିକଟରେ ଯବାନଙ୍କୁ ନେଇ ଯାଉଥିବା ଗାଡ଼ି ଗଭୀର ଖାତକୁ ଖସିପଡ଼ିଛି। ଚାଟେନ୍‌ରୁ ଥାଙ୍ଗୁ ଯିବା ସମୟରେ ଜେମା ନିକଟରେ ଗାଡ଼ିଟି ଘାଟି ବୁଲାଣି​‌ରେ ରାସ୍ତାରୁ ଖସି ଯାଇ ଗଭୀର ଖାତକୁ ଖସି ପଡ଼ିଥିବା କୁହାଯାଉଛି। ଗୁରୁତରମାନଙ୍କୁ ଏୟାରଲିଫ୍ଟ ଯୋଗେ ଆର୍ମୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Breaking News