ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦକ୍ଷିଣ ଆଫ୍ରିକାର ରାଜଧାନୀ ଜୋହାନ୍ସବର୍ଗ ପୂର୍ବ ପ୍ରାନ୍ତରେ ଥିବା ଗୋଟିଏ ବସ୍ତିରେ ବିଷାକ୍ତ ଗ୍ୟାସ୍ ଲିକ୍ ଯୋଗୁ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ କିଛି ମହିଳା ଓ ଛୋଟ ପିଲା ମଧ୍ୟ ରହିଛନ୍ତି। ପ୍ରଥମେ ଗ୍ୟାସ୍ ଲିକ୍ ଯୋଗୁ ୨୪ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଇଥିଲା। ହେଲେ ପରବର୍ତ୍ତୀ ଅବସ୍ଥାରେ ଅଚେତ ହୋଇ ରହିଥିବା ଲୋକ ସୁସ୍ଥ ହୋଇଛନ୍ତି। ତେଣୁ ଜରୁରିକାଳୀନ ସେବା ପକ୍ଷରୁ ଗ୍ୟାସ ଲିକ୍ରେ ଏଯାଏ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। ମିଳିଥିବା ସୂଚନା ଅନୁସାରା, ଜୋହାନ୍ସବର୍ଗର ପୂର୍ବ ପ୍ରାନ୍ତରେ ଥିବା ବୋକ୍ସବର୍ଗର ଆଙ୍ଗେଲୋ ଠାରେ ଏପରି ଘଟଣା ଘଟିଛି। ଏଠାରେ ବେଆଇନ ଖଣି ଖନନ ପାଇଁ ବ୍ୟବହାର କରାଯାଉଥିବା ଗ୍ୟାସ୍ ସିଲିଣ୍ଡର୍ରୁ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇଛି। ବିଷାକ୍ତ ଗ୍ୟାସ୍ ସଂସ୍ପର୍ଶରେ ସ୍ଥାନୀୟ ବସ୍ତିବାସିନ୍ଦା ଆସିବାରୁ ଏତେ ବଡ଼ ଅଘଟଣ ଘଟିଛି।






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..