ରିପୋର୍ଟ କାର୍ଡ / ବିଶାଖାପାଟଣା
ଚିକେନ ଖାଇ ଗୋଟିଏ ଛାତ୍ରୀ ନିବାସରେ ରହୁଥିବା ୧୬୮ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ଚିକିତ୍ସାପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏମାନଙ୍କ ମଧ୍ୟରୁ ୧୨୦ ଜଣ ଛାତ୍ରୀ ଗୁରୁତର ଅଛନ୍ତି। ତେଲେଙ୍ଗାନାର ସିଦ୍ଧିପେଟ ସଂଖ୍ୟାଲଘୁ ଗୁରୁକୁଳ ବିଦ୍ୟାଳୟରେ ଏହି ଘଟଣା ଘଟିଛି। ଗୁରୁତର ୧୨୦ ଛାତ୍ରୀ ଭେଣ୍ଟିଲେଟରରେ ଥିବା ଜଣାପଡିଛି। ଘଟଣା ସମ୍ପର୍କରେ ତଦନ୍ତ କରୁଥିବା ଅଧିକାରୀମାନେ କହିଛନ୍ତି ଯେ, ଏହି ବିଦ୍ୟାଳୟରେ ରବିବାର ଦିନ ରାତିରେ ଚିକେନ୍ ତରକାରୀ ସହିତ ବାଇଗଣ ତରକାରୀ ଖାଇବାକୁ ଦିଆଯାଇଥିଲା | ଏହା ଖାଇବା ପରେ କିଛି ଛାତ୍ରୀମାନେ ସୋମବାର ସକାଳ ଠାରୁ ପେଟ ଯନ୍ତ୍ରଣା ହେଉଥିବା ସ୍କୁଲ ଅଧିକାରୀଙ୍କୁ ଜଣାଇଥିଲେ। କିନ୍ତୁ ଅଧିକାରୀମାନେ ଏଥିପ୍ରତି ଏତେ ଗୁରୁତ୍ଵ ଦେଇନଥିଲେ। କିନ୍ତୁ ସନ୍ଧ୍ୟାରେ ସମସ୍ତ ୧୬୮ ଜଣ ଛାତ୍ରୀ ଝାଡ଼ା ଓ ବାନ୍ତିରେ ପଡ଼ିଥିଲେ। ପରେ ସ୍କୁଲ କର୍ତ୍ତୃପକ୍ଷ ତୁରନ୍ତ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସୂଚନା ପାଇ ତେଲେଙ୍ଗାନା ଅର୍ଥମନ୍ତ୍ରୀ ହରିଶ ରାଓ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ଖାଦ୍ୟ ଖାଇବା ପରେ ଏହା ବିଷକ୍ରିୟା ହୋଇଥିବା ଅନୁମାନ କରାଯାଉଛି।






More Stories
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..
ଆସନ୍ତାକାଲି ସୂର୍ଯ୍ୟଗ୍ରହଣ….