ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବାଂଲାଦେଶର ଝାଲକାନ୍ଥି ସଦର ଉପଜିଲ୍ଲା ଅନ୍ତର୍ଗତ ଛତ୍ରକନ୍ଦାରେ ଏକ ବସ୍ ପୋଖରୀରେ ପଡ଼ିଯିବାରୁ ୧୭ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୩୫ଜଣ ଯାତ୍ରୀ ଆହତ ହୋଇଛନ୍ତି | ଦୁର୍ଘଟଣା ନିମନ୍ତେ ଯାତ୍ରୀମାନେ ଡ୍ରାଇଭର୍ଙ୍କର ବେପରୁଆ ଗାଡ଼ିଚାଳନାକୁ ଦାୟୀ କରିଛନ୍ତି। ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ବସ୍ରେ ମାତ୍ରାଧିକ ଯାତ୍ରୀ ଥିବା ବି ଦୁର୍ଘଟଣାର କାରଣ ହୋଇଥାଇ ପାରେ। ରିପୋର୍ଟ ଅନୁସାରେ, ୫୨ ଯାତ୍ରୀ ନେବା ପାଇଁ ସାମର୍ଥ୍ୟ ଥିବା ‘ବାଶର୍ ସ୍ମୃତି ପରିବହନ’ର ଏହି ବସ୍ଟି ୬୦ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ପିରୋଜପୁରର ଭଣ୍ଡାରିଆରୁ ବରିଶାଲ୍ ଅଭିମୁଖେ ଯାଉଥିଲା। ବରିଶାଲ୍-ଖୁଲଣା ରାଜପଥ ପାର୍ଶ୍ବରେ ଥିବା ଗୋଟାଏ ପୋଖରୀ ଭିତରେ ଉକ୍ତ ବସ୍ଟି ପଡ଼ିଗଲା। ବରିଶାଲ୍ ଡିଭିଜ୍ନାଲ୍ କମିସନର୍ ମହମ୍ମଦ ଶୱକତ୍ ଅଲି ସୁନିଶ୍ଚିତ କରି କହିଛନ୍ତି ଯେ, ଘଟଣାସ୍ଥଳରେ ୧୭ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଆହତମାନଙ୍କୁ ଡାକ୍ତରଖାନାକୁ ନିଆଯାଇଛି।ମୃତାହତଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ପିରୋଜପୁର ଭଣ୍ଡାରିଆ ଉପଜିଲ୍ଲା ଓ ଝାଲକାନ୍ଥି ଅନ୍ତର୍ଗତ ରାଜପୁର ଅଞ୍ଚଳର ବୋଲି ପୋଲିସ କହିଛି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..