Report Card Odisha

| Daily Odia News

ଗନ୍ଧମାର୍ଦ୍ଦନରେ ଫସିଥିବା ୧୭ ପର୍ଯ୍ୟଟକ ଉଦ୍ଧାର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଗନ୍ଧମାର୍ଦ୍ଧନ ପାହାଡ ଉପରେ ଫସିଥିବା ୧୭ ଜଣ ଛତିଶଗଡି ପର୍ଯ୍ୟଟକ ଉଦ୍ଧାର ହୋଇଛନ୍ତି। ପ୍ରବଳ ବର୍ଷା ଯୋଗୁଁ ପାହାଡ ଉପରେ ଛତିଶଗଡର ପ୍ରାୟ ୧୭ ପର୍ଯ୍ୟଟକ ଫସି ରହିଥିଲେ। ନୃସିଂହନାଥଠାରୁ ୫ କିମି ଦୂର କପିଳଧାରା ଜଳପ୍ରପାତ ନିକଟରେ ଏହି ପର୍ଯ୍ୟଟକମାନେ ଫସି ଯାଇଥିଲେ। ସ୍ଥାନୀୟ ପ୍ରଶାସନ ଏ ସମ୍ପର୍କରେ ସୂଚନା ପାଇବା ପରେ ପର୍ଯ୍ୟଟକମାନଙ୍କୁ ଉଦ୍ଧାର କରିବା ଲାଗି ଉଦ୍ୟମ ଆରମ୍ଭ କରିଥିଲା । କିନ୍ତୁ ପ୍ରବଳ ବର୍ଷା ଯୋଗୁଁ ଉଦ୍ଧାରକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ପର୍ଯ୍ୟଟକମାନେ କୌଣସି ବାଟ ନ ପାଇ ଅସ୍ଥାୟୀ ଟେଣ୍ଟ ପକାଇ ବର୍ଷାରେ ଆଶ୍ରୟ ନେଇଥିଲେ। ଦୀର୍ଘ ଘଣ୍ଟାର ଉଦ୍ୟମ ପରେ ୧୭ ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି।

Breaking News