ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ଆହୁରି ତୀବ୍ର ହୋଇଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ ସାମାରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଟିନ ନିର୍ଦ୍ଦେଶ ଦେଇଛନ୍ତି । ୟୁକ୍ରେନ ସେନାକୁ ଆତ୍ମସମର୍ପଣ ପାଇଁ କହିଛନ୍ତି ରୁଷିଆ ରାଷ୍ଟ୍ରପତି । ଆକ୍ରମଣ ବନ୍ଦ କରିବାକୁ ଜାତିସଂଘ ପରାମର୍ଶ ଦେଇଛି । ଏହାରି ମଧ୍ୟରେ ୟୁକ୍ରେନରୁ ଫେରିଛନ୍ତି ଆଉ ୧୮୨ ଭାରତୀୟ । ସକାଳ ୭ଟା ୪୮ରେ ଦିଲ୍ଲୀ ବିମାନବନ୍ଦରରେ ସେମାନେ ପହଞ୍ଚିଛନ୍ତି । ଭାରତୀୟ ଛାତ୍ରଛାତ୍ରୀଙ୍କ ସମେତ ଆଉ କିଛି ବ୍ୟକ୍ତି ମଧ୍ୟ ଫେରିଛନ୍ତି । ରୁଷିଆ ୟୁକ୍ରେନ୍ ସ୍ଥିତିକୁ ଚିନ୍ତା ପ୍ରକଟ କରିଛି ଭାରତ । ଏହି ପ୍ରସଙ୍ଗକୁ ନେଇ ଜାତିସଂଘରେ ଚିନ୍ତା ପ୍ରକଟ କରିଛି ଭାରତ । ଭାରତ କହିଛି କି, ‘ପରିସ୍ଥିତି ସଙ୍କଟଜନକ, ସମସ୍ତଙ୍କୁ ଧ୍ୟାନ ଦେବା ଜରୁରୀ । ସତର୍କତାର ସହ ପରିସ୍ଥିତି ନ ସମ୍ଭାଳିଲେ ଗମ୍ଭୀର ସ୍ଥିତି ସୃଷ୍ଟି ହୋଇପାରେ ।’
More Stories
ମାନ୍ନାପୁରମ୍ ରୁ ଲୁଟ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ…..
ତୁମ ବାପା ମୋ ସହ କାମ କରିଛନ୍ତି,ଚୁପ୍ ହୋଇ ନିଜ ଜାଗାରେ ବସ….
କୁଆଖାଇ ନଦୀରେ ବୁଡି ୨ ଛାତ୍ରଙ୍କ ମୃତ୍ୟୁ…..