ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସାଧାରଣତନ୍ତ୍ର ଦିବସ ଅବସରରେ ମହାରାଷ୍ଟ୍ରର ବିଭିନ୍ନ କାରାଗାରରେ ବନ୍ଦୀ ଥିବା ୧୮୯ ଜଣ କଏଦୀଙ୍କୁ ମୁକ୍ତ କରାଯାଇଛି | ଏନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ୧୮୯ ଜଣ କଏଦୀଙ୍କୁ ସ୍ୱତନ୍ତ୍ର କ୍ଷମା ଦେବା ପାଇଁ ରାଜ୍ୟ ସରକାର ଏକ ଆଦେଶ ଜାରି କରିଥିଲେ। ମୁକ୍ତ ହୋଇଥିବା କଏଦୀମାନଙ୍କ ମଧ୍ୟରେ ନାସିକ ଏବଂ ନାଗପୁରର କେନ୍ଦ୍ରୀୟ କାରାଗାରରୁ ୩୫ ଜଣ, ପୁଣେର ୟେରୱାଡା କେନ୍ଦ୍ରୀୟ ଜେଲରୁ ୨୦ ଜଣ, ନାଭି ମୁମ୍ବାଇର ତାଲୋଜା କେନ୍ଦ୍ରୀୟ ଜେଲରୁ ୧୬ ଜଣ, ଥାନେ କେନ୍ଦ୍ରୀୟ ଜେଲରୁ ୧୧ ଜଣ ଏବଂ ମୁମ୍ବାଇ କେନ୍ଦ୍ରୀୟ କାରାଗାରରୁ ଚାରିଜଣ ଲେଖାଏଁ କଏଦୀ ଥିବାନେଇ କାରାଗାର ବିଭାଗର ମୁଖପାତ୍ର କହିଛନ୍ତି।ମହାରାଷ୍ଟ୍ର କାରାଗାର ବିଭାଗ ଗତ ସପ୍ତାହରେ ‘ଆଜାଦି କା ଅମୃତ’ ମହୋତ୍ସବକୁ ସ୍ମରଣୀୟ କରିବା ପାଇଁ ସୂଚନା ଦେଇଛନ୍ତି ଯେ, କେନ୍ଦ୍ର ସେମାନଙ୍କ କାର୍ଯ୍ୟକାଳ ମଧ୍ୟରେ କିଛି ବର୍ଗର କଏଦୀଙ୍କୁ ସେମାନଙ୍କର ଉତ୍ତମ ଆଚରଣ ଆଧାରରେ ସ୍ୱତନ୍ତ୍ର କ୍ଷମା ଦେବାକୁ ନିଷ୍ପତ୍ତି ନେଇଛି ଏବଂ ଅଗଷ୍ଟ ୧୫, ୨୦୨୨, ଜାନୁଆରି ୨୬, ୨୦୨୩ ଏବଂ ଅଗଷ୍ଟ ୧୫, ୨୦୨୩ରେ ତିନି ଥର ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛି। କଏଦୀମାନଙ୍କୁ ସେମାନଙ୍କ ବୟସ, ଜେଲରେ ବିତାଇଥିବା ସମୟ, ଭିନ୍ନକ୍ଷମ ଏବଂ ସ୍ୱାସ୍ଥ୍ୟ ଅବସ୍ଥାକୁ ଦୃଷ୍ଟିରେ ରଖି ସେମାନଙ୍କୁ ମୁକ୍ତି ପାଇଁ ଚୟନ କରାଯାଏ ବୋଲି ଅଧିକାରୀ କହିଛନ୍ତି।






More Stories
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..
କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ……
ଫ୍ଲାଟ ମୂଲ୍ୟରୁ ହଟିଲା ପାର୍କିଂ ଚାର୍ଜ…..