Report Card Odisha

| Daily Odia News

ପୁଣି ଏକ ଟ୍ରେନରେ ଲାଗିଲା ନିଆଁ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତର ପ୍ରଦେଶ ଇଟାୱା ଅଞ୍ଚଳରେ ‘ଦିଲ୍ଲୀ-ସହରସା ବୈଶାଳୀ ସୁପର୍‌ଫାଷ୍ଟ୍‌ ଏକ୍ସପ୍ରେସ୍‌’ର ଗୋଟିଏ କୋଚ୍‌ରେ ନିଆଁ ଲାଗିଯାଇଛି | ଏହି ଅଗ୍ନିକାଣ୍ଡରେ ଅନ୍ୟୂନ ୧୯ଜଣ ଯାତ୍ରୀ ଆହତ ହୋଇଥିବା ଗଣମାଧ୍ୟମ ରିପୋର୍ଟ କରିଛି। ରେଳବାଇ ‘ସିଓ’ ଉଦୟ ଶଙ୍କର କହିଛନ୍ତି, ଟ୍ରେନ୍‌ଟି ଦିଲ୍ଲୀରୁ ବିହାରର ସହରସାକୁ ଯାଉଥିବା ବେଳେ ରାତି ପ୍ରାୟ ୨.୩୦ରେ ପାଣ୍ଟ୍ରି କାର୍‌ ନିକଟରେ ଥିବା ‘ଏସ୍‌୬’ କୋଚ୍‌ରେ ନିଆଁ ଲାଗିଯାଇଥିଲା। ନିଆଁ କାହିଁକି ଲାଗିଲା, ତାହା ହଠାତ୍‌ ଜଣାପଡ଼ିନାହିଁ। ସେ ଆହୁରି କହିଛନ୍ତି, ପାଣ୍ଟ୍ରି କାର୍‌ ନିକଟ କୋଚ୍‌ ବା ବଗିରେ ଘଟିଥିବା ଏହି ଅଗ୍ନିକାଣ୍ଡ ଯୋଗୁଁ ୧୯ଜଣ ଯାତ୍ରୀ ଆହତ ହୋଇଛନ୍ତି। ନିଃଶ୍ବାସପ୍ରଶ୍ବାସଜନିତ ସମସ୍ୟା ଦେଖା ଦେବାରୁ ୧୧ଜଣ ଯାତ୍ରୀଙ୍କୁ ‘ପିଜିଆଇ’କୁ ‘ରେଫର୍‌’ କରାଯାଇଛି। ପୋଡ଼ିଯାଇ ସାମାନ୍ୟ ଆହତ ହୋଇଥିବା ବାକି ୮ଜଣ ଯାତ୍ରୀଙ୍କୁ ଜିଲ୍ଲା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ନିଆଁ ଲାଗିବାର କାରଣ ଜାଣିବା ଲାଗି ତଦନ୍ତ କରାଯିବ। ସୂଚନାଯୋଗ୍ୟ, ଏହା ହେଉଛି ଇଟାୱାରେ ଟ୍ରେନ୍‌ ଅଗ୍ନିକାଣ୍ଡ ସମ୍ବନ୍ଧୀୟ ଦ୍ବିତୀୟ ଘଟଣା। ବୁଧବାର ଦିନ ଏଠାରେ ‘ନୂଆଦିଲ୍ଲୀ-ଦରଭଙ୍ଗା ସୁପର୍‌ଫାଷ୍ଟ୍‌ ଏକ୍ସପ୍ରେସ୍‌’ର ୩ଟି ବଗିରେ ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡରେ ଅଳ୍ପ କେତେଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିଲେ ବୋଲି ସରକାରୀ ଅଧିକାରୀମାନେ କହିଥିଲେ।

Breaking News