ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଦିନକ ମଧ୍ୟରେ ୧୯୫ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୧୧୫ ଓ ସ୍ଥାନୀୟ ସଂକ୍ରମିତ ୮୦ ଜଣ ଅଛନ୍ତି । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୨୪ ଜଣ ଅଛନ୍ତି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳ ୩, ବାଲେଶ୍ୱର ୨, ବରଗଡ ୨, ବଲାଙ୍ଗିର ୧, କଟକ ୧୧, ଢେଙ୍କାନାଳ ୫, ଗଜପତି ୧, ଯାଜପୁର ୫, ଝାରସୁଗୁଡା ୨ ଓ କେନ୍ଦ୍ରାପଡାରୁ ୨ ଜଣ ରହିଛନ୍ତି । ଖୋର୍ଦ୍ଧାରେ ୯୯, ମୟୁରଭଞ୍ଜ ୧୩, ନୟାଗଡ ୨, ପୁରୀ ୪, ରାୟଗଡା ୧, ସମ୍ବଲପୁର ୮, ସୋନପୁର ୧, ସୁନ୍ଦରଗଡ ୧୧ ଓ ଷ୍ଟେଟପୁଲରୁ ୨୩ ଜଣଙ୍କୁ ଚିହ୍ନଟ କରାଯାଇଛି । ଦିନକ ମଧ୍ୟରେ ୨୬୪ ଜଣ ସୁସ୍ଥ ହୋଇଛନ୍ତି । ଏଥିସହିତ ରାଜ୍ୟରେ ସଂପ୍ରତି ୨୦୭୧ ସକ୍ରିୟ ସଂକ୍ରମିତ ଥିବା ଜଣାଯାଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ୭୦ ବର୍ଷ ବୟସ୍କା ଜଣେ ମହିଳା ଏବଂ କେନ୍ଦ୍ରାପଡା ଜିଲାର ୮୬ ବର୍ଷ ବୟସ୍କ ପୁରୁଷ ଥିବା ଜଣାଯାଇଛି ।






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..