ରିପୋର୍ଟ କାର୍ଡ / ଭୁବନେଶ୍ୱର
୧୯୯୯ ମସିହା ମହାବାତ୍ୟାକୁ ପୂରିଲା ୨୫ ବର୍ଷ । ଆଜି ବି ମନେ ପଡେ ସେଦିନର ସେହି କାଳ ରାତି। ଏଭଳି ସ୍ଥିତି ହେବ ବୋଲି କେହି କେବେ ଭାବିନଥିଲେ। ମହାବାତ୍ୟାର ତାଣ୍ଡବରେ କିଏ ନିଜ ପରିବାର ଲୋକଙ୍କ ହରାଇଥିଲା ତ ଆଉ କିଏ ନିଜ ବନ୍ଧୁ ପରିଜନଙ୍କୁ। ଅକ୍ଟୋବର ୨୯ ତାରିଖ ଆସିଲେ ସେ ଦିନର କଥା ମନେପଡେ। ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିଲା ଲଘୁଚାପ କ୍ଷେତ୍ର । ଯାହା କ୍ରମଶଃ ବାତ୍ୟାରେ ପରିଣତ ହୋଇ ଅକ୍ଟୋବର ୨୯ ତାରିଖରେ ଓଡିଶା ଉପକୂଳରେ ଲ୍ୟାଣ୍ଡଫଲ କରିଥିଲା। ଘଣ୍ଟା ପ୍ରତି ୨୬୦ କିମି ବେଗରେ ବହିଥିଲା ପବନ। ଆଉ ମାଡି ଆସିଥିଲା ସମୁଦ୍ର ଜୁଆର। ପ୍ରଭାବିତ ହୋଇଥିଲେ ଲକ୍ଷ ଲକ୍ଷ ଲୋକ। ପ୍ରାୟ ୯ ହଜାରରୁ ଅଧିକ ଲୋକ ପ୍ରାଣ ମଧ୍ୟ ହରାଇଥିଲେ। ତେବେ କୁହାଯାଏ ଏହି ସଂଖ୍ୟା ଆହୁରି ଅଧିକ।






More Stories
ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ…..
ରାଷ୍ଟ୍ରପତିଙ୍କ ଗସ୍ତ:୩୦ ପ୍ଲାଟୁନ ଫୋର୍ସ ମୁତୟନ…..
କ୍ୟାବିନେଟ ବୈଠକରେ ୧୨ ପ୍ରସ୍ତାବକୁ ମଞ୍ଜୁରୀ…..