ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚିକିତ୍ସା କ୍ଷେତ୍ରରେ ନୋବେଲ ପୁରସ୍କାର ପାଇଁ ନାମ ଘୋଷଣା କରାଯାଇଛି। ଆମେରିକାର ଡେଭିଡ ଜୁଲିୟସ ଏବଂ ଆର୍ଡେମ ପାଟାପୋସିଆନଙ୍କୁ ମେଡିସିନ୍ରେ ୨୦୨୧ ନୋବେଲ ପୁରସ୍କାରର ମିଳିତ ବିଜେତା ଘୋଷିତ କରାଯାଇଛି। ସୋମବାର ନୋବେଲ କମିଟିର ସେକ୍ରେଟେରୀ ଜେନେରାଲ ଥୋମାସ ପର୍ଲମାନ ଏହି ପୁରସ୍କାର ଘୋଷଣା କରିଛନ୍ତି। ମିଳିତ ଭାବେ ଏହି ସମ୍ମାନଜନକ ପୁରସ୍କାର ପାଇବେ। ୨ ଆମେରିକୀୟ ଭେଷଜ ବିଜ୍ଞାନୀ ଏହି ପୁରସ୍କାର ପାଇଁ ବିବେଚିତ ହୋଇଛନ୍ତି। ଉଭୟ ଶରୀରର ତାପମାତ୍ରା ଓ ସ୍ପର୍ଶ ପାଇଁ ରେସ୍ପେଟର୍ସର ଆବିଷ୍କାର କରିଥିବାରୁ ସେମାନଙ୍କୁ ନୋବେଲ ମିଳିବ। ଏହି ସମ୍ମାନଜନକ ପୁରସ୍କାର ବାବଦରେ ଗୋଟିଏ ସ୍ୱର୍ଣ୍ଣ ପଦକ ସହ ଏବଂ ୧.୧୪ ମିଲିୟନ ଡଲାରରୁ ଅଧିକ ଆର୍ଥିକ ରାଶି ମିଳିବ।






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..