Report Card Odisha

| Daily Odia News

ଚନ୍ଦୁ ହତ୍ୟାକାଣ୍ଡ ମାମଲାରେ ଲେଡି ଡନ୍ ରଞ୍ଜୁ,କାହ୍ନା ଗିରଫ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ରାଜଧାନୀ ଭୁବନେଶ୍ୱର ନାରାୟଣ ବସ୍ତିର ପି. ସୁବ୍ରତ ରାଓ ଓରଫ୍‌ ଚନ୍ଦୁ ହତ୍ୟାକାଣ୍ଡ ମାମଲାରେ ଲେଡି ଡନ୍ ରଞ୍ଜୁ ନାୟକ ଓ ତାଙ୍କ ସହଯୋଗୀ କାହ୍ନା ଗିରଫ ହୋଇଛନ୍ତି | ଦୁଇ ଜଣଙ୍କୁ କ୍ୟାପିଟାଲ ଥାନା ପୋଲିସ ଗିରଫ କରିଛି । ହତ୍ୟାକାଣ୍ଡ ପରେ ବାହାର ଜିଲ୍ଲାରେ ଯାଇ ଲୁଚିଥିଲେ ରଞ୍ଜୁ ଓ ସହଯୋଗୀ । ସୂଚନା ଅନୁସାରେ- ଗତ ୯ ତାରିଖ ରାତିରେ ଚନ୍ଦୁ ଓ ତାର ୨ ସହଯୋଗୀଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ କରିଥିଲେ ରଞ୍ଜୁ ଓ ତାଙ୍କ ସହଯୋଗୀ । ଫଳରେ ଚନ୍ଦୁଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି । ଏହି ଘଟଣା ପରଠାରୁ ଲେଡି ଡନ୍ ରଞ୍ଜୁ ଓ ତାଙ୍କ ସହଯୋଗୀ କାହ୍ନା ଫେରାର ଥିଲେ । କମିଶନରେଟ୍‌ ପୋଲିସ ଘଟଣାର ତଦନ୍ତ କରି ଦୁଇ ଜଣଙ୍କୁ ଗିରଫ କରିଛି କ୍ୟାପିଟାଲ୍‌ ଥାନା ପୋଲିସ ।

Breaking News