ରିପୋର୍ଟ କାର୍ଡ / ବାଲେଶ୍ୱର
ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ବହୁଚର୍ଚ୍ଚିତ ଇଣ୍ଡିଗ୍ରେଟେଡ଼ ବିଏଡ଼ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣାର ୨୩ ଦିନ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କ୍ରାଇମବ୍ରାଞ୍ଚ l ଆତ୍ମାହୁତି ଉଦ୍ୟମରେ ସହଯୋଗ କରିଥିବା ଦୁଇ ଜଣ ଛାତ୍ରଙ୍କୁ ରବିବାର ବିଳମ୍ବିତ ରାତିରେ ଗିରଫ କରାଯାଇଛି l ଗିରଫ ଛାତ୍ର ହେଲେ ଜ୍ୟୋତି ପ୍ରକାଶ ବିଶ୍ୱାଳ ଓ ଶୁଭ୍ର ସମ୍ବିତ ନାୟକ l ଉଭୟଙ୍କୁ ରାତିରେ ବାଲେଶ୍ୱର ଏସଡ଼ିଜେଏମଙ୍କ ଆବାସିକ କାର୍ଯ୍ୟାଳୟରେ ହଜାର କରାଯାଇଥିଲା l ଜାମିନ ନାମଞ୍ଜୁର ହେବାରୁ ଦୁହିଁକୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା।ଜ୍ୟୋତି ପ୍ରକାଶ ପୀଡିତା ସୌମ୍ୟାଶ୍ରୀଙ୍କୁ ଉଦ୍ଧାର କରିବାକୁ ଯାଇ ଆହତ ହୋଇଥିଲେ l କଟକ ମେଡିକାଲରେ ଚିକିତ୍ସିତ ହୋଇ କିଛି ଦିନ ପୂର୍ବରୁ ଘରକୁ ଫେରିଥିଲେ l ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ତାଙ୍କୁ କ୍ରାଇମବ୍ରାଞ୍ଚ ଟିମ ପକ୍ଷରୁ ଘଟଣା ସମ୍ପର୍କରେ ପଚରାଉଚୁରା କରାଯାଇଥିଲା। ଅପରପକ୍ଷରେ ଶୁଭ୍ର ସମ୍ବିତ ଏବିଭିପି ଛାତ୍ର ସଂଗଠନର ରାଜ୍ୟ ଯୁଗ୍ମ ସମ୍ପାଦକ ଦାୟିତ୍ୱରେ ରହିଛନ୍ତି l






More Stories
ଭୁବନେଶ୍ୱର ଗଣବଳାତ୍କାର:ଝିଅମାନେ ରାତି ୮ଟା ପରେ…..
ବଢ଼ିବ ଜମି ମୂଲ୍ୟ…..
ବିଶ୍ଵସନୀୟତା ହରାଉଛି ସରକାର….