Report Card Odisha

| Daily Odia News

ଛତୁଆ ଖାଇ ୨ ଶିଶୁ କନ୍ୟା ମୃତ……

ରିପୋର୍ଟ କାର୍ଡ / ପାରଳାଖେମୁଣ୍ଡି

ଛତୁଆ ଖାଇ ୨ ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଥିବାବେଳେ ପରିବାରର ଅନ୍ୟ ୨ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କ ଅବସ୍ଥା ଗୁରୁତର ରହିଛି। ଅସୁସ୍ଥମାନେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଗଜପତି ଜିଲା ଆର୍‌. ଉଦୟଗିରି ବ୍ଲକର ରାମଗିରି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ପ୍ରକାରେ ଆଜି ସକାଳୁ ରାମଗିରି ଗ୍ରାମର ତୁଳସୀ ନଗରରେ ରହୁଥିବା ଶିବ ଶଙ୍କର ବଡମୁଣ୍ଡିଙ୍କ ପରିବାରର ସମସ୍ତେ ରନ୍ଧା ଛତୁଆ ଖାଇଥିଲେ। ଛତୁଆ ଖାଇବା ପରେ ପରିବାରର ୪ଜଣ ଅସୁସ୍ଥ ହୋଇ ପଡ଼ିଥିଲେ। ଅସୁସ୍ଥଙ୍କୁ ପ୍ରଥମେ ରାମଗିରି ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଶିବ ଶଙ୍କରଙ୍କ ଝିଅ ତୁଳସୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିଲା। ତୁଳସୀଙ୍କ ମୃତ୍ୟୁ ହୋଇଯିବା ପରେ ଅନ୍ୟ ଗୁରୁତରଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ଶିବଶଙ୍କରଙ୍କ ଭଉଣୀ ଗୁଣବତୀ ବଡ଼ମୁଣ୍ଡିଙ୍କ ମୃତ୍ୟୁ ହୋଇଯାଇଥିଲା। ଶିବ ଶଙ୍କରଙ୍କ ପିତା ଅର୍ଜୁନ ବଡ଼ମୁଣ୍ଡି ଏବଂ ୧୩ ବର୍ଷ ବୟସର ଝିଅ ସୁମିତ୍ରା ଏବେ ବି ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ରାତି ୧୦ଟା ପରେ ଏହି ଦୁଇ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ମୃତକଙ୍କ ପୋଷ୍ଟମୋର୍ଟମ ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ଅସୁସ୍ଥଙ୍କୁ ଚିକିତ୍ସା କରିଥିବା ଡାକ୍ତର କହିଛନ୍ତି। ସୂଚନା ଅନୁସାରେ ରାମଗିରି ଗ୍ରାମରେ ଗତ ଶୁକ୍ରବାର ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ଛତୁଆ ବଣ୍ଟନ କରାଯାଇଥିଲା।

Breaking News