Report Card Odisha

| Daily Odia News

ପୋଖରୀରେ ବୁଡ଼ି ୨ ଶିଶୁ ମୃତ…..

ରିପୋର୍ଟ କାର୍ଡ / ମୟୂରଭଂଜ

ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଖେଡ଼ିଆପୋଷି ଗ୍ରାମର ପୋଖରୀରେ ବୁଡ଼ି ଜଣେ ୪ ବର୍ଷ ବୟସର ବାଳକର ମୃତ୍ୟୁ ହୋଇଛି। ଏହି ଘଟଣାରେ ଅନ୍ୟ ଜଣେ ୫ ବର୍ଷ ବୟସର ବାଳିକା ଗୁରୁତର ରହିଛନ୍ତି । ଗୁରୁତର ବାଳିକାଙ୍କର ଅଧିକ ଚିକିତ୍ସା ପାଇଁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣାରୁ ପ୍ରକାଶଯେ, ଖେଡ଼ିଆପୋଷି ଗ୍ରାମର ଜୀବନ ନାଏକଙ୍କ ପୁଅ ଶୁଭମ ଏବଂ ଟିକିନା ପଇଦାଙ୍କ ଝିଅ ଭୂମିକା ପଇଦା ଗାଁ ଅଙ୍ଗନବାଡିକୁ ଯାଇଥିଲେ। ଅଙ୍ଗନବାଡ଼ି ଛୁଟି ହେବା ପରେ ଅଙ୍ଗନବାଡ଼ି ସହୟିକା ସେମାନଙ୍କୁ ଘର ନିକଟରେ ଛାଡିଥିଲେ। ମାତ୍ର ଚାଷ ସମୟ ହୋଇଥିବାରୁ ଘରେ ବିଶେଷ ଲୋକ ନଥିବାରୁ ଦୁଇ ଶିଶୁ ନିଜ ଘର ଠାରୁ କିଛି ଦୂରରେ ଥିବା ପୋଖରୀକୁ ଚାଲିଯାଇଥିଲେ। ଶୁଭମ ହଠାତ ପୋଖରୀରେ ପଡ଼ିଯାଇଥିଲା। ତାକୁ ଉଦ୍ଧାର କରିବାକୁ ଭୂମିକା ମଧ୍ୟ ପାଣିରେ ପଶିଥିଲା। ପୋଖରୀରେ ଉଭୟ ବୁଡ଼ି ଯିବା ପରେ ଲୋକେ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ। ତେବେ ଡାକ୍ତରଙ୍କ ସୂଚନା ମୁତାବକ ଡାକ୍ତରଖାନା ପହଞ୍ଚିବା ପୁର୍ବରୁ ଶୁଭମର ମୃତ୍ୟୁ ହୋଇ ସାରିଥିଲା। ମାତ୍ର ଭୂମିକା ପଇଦା ଗୁରୁତର ଥିବାବେଳେ ତାର ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

Breaking News