Report Card Odisha

| Daily Odia News

ଦୁଇ କ୍ଲାସ୍‌ମେଟ୍‌ ହେଲେ ସ୍ଥଳ ସେନା ଓ ନୌସେନା ମୁଖ୍ୟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସ୍ଥଳସେନା ଓ ନୌସେନା ମୁଖ୍ୟ ହେଲେ ଦୁଇ କ୍ଲାସ୍‌ମେଟ୍‌। ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଭାରତୀୟ ସେନାର ନୂତନ ମୁଖ୍ୟ ହୋଇଛନ୍ତି। ତାଙ୍କୁ ଜୁନ୍‌ ୩୦ ତଥା ଆଜି ଏହି ଦାୟିତ୍ୱ ଦିଆଯାଇଛି। ଏହାପୂର୍ବରୁ ଏହି ଦାୟିତ୍ୱ ମନୋଜ ପାଣ୍ଡେଙ୍କ ପାଖରେ ଥିଲା। ଉପେନ୍ଦ୍ର ଦ୍ୱିବେଦୀ ସେନା ମୁଖ୍ୟ ହେବା ସହିତ ଭାରତୀୟ ସେନା ଇତିହାସରେ ପ୍ରଥମ ଥର ପାଇଁ ଦୁଇ ସହପାଠୀ ମିଳିତ ଭାବେ ଭାରତୀୟ ସେନା ମୁଖ୍ୟ ପଦରେ ପହଞ୍ଚିଛନ୍ତି। ଉପେନ୍ଦ୍ର ଦ୍ୱିବେଦୀଙ୍କ ସାଙ୍ଗ ତଥା ସହପାଠୀ ଦୀନେଶ କୁମାର ତ୍ରିପାଠୀ ନୌସେନା ମୁଖ୍ୟଙ୍କ ଦାୟିତ୍ୱ ଗ୍ରହଣ କରିସାରିଛନ୍ତି। ଦୀନେଶ କୁମାର ତ୍ରିପାଠୀ ଦୁଇ ମାସ ପୂର୍ବରୁ ନୌସେନାର କମାଣ୍ଡ ନିଜ ହାତକୁ ନେଇଥିଲେ। ଏକାଠି ମିଶି ପଢ଼ୁଥିଲେ, ଏବେ ଏହି ଦୁଇ ଜଣ ସ୍ଥଳ ସେନା ଓ ନୌସେନାର କମାନ ସମ୍ଭାଳିବେ। ମଧ୍ୟପ୍ରଦେଶର ରିଓ୍ୱାର ସୈନିକ ସ୍କୁଲରୁ ଆସିଥିବା ନୌସେନା ମୁଖ୍ୟ ଆଡମିରାଲ ଦିନେଶ ତ୍ରିପାଠୀ ଏବଂ ନୂଆ ସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ୧୯୭୦ ଦଶକରେ ଏକାଠି ମିଶି ପଞ୍ଚମ ଶ୍ରେଣୀରେ ପଢ଼ିଥିଲେ। ଦୁଇ ଅଧିକାରୀଙ୍କ ରୋଲ୍‌ ନମ୍ବର ମଧ୍ୟ ପାଖାପଖି ଥିଲା। ଲେଫ୍ଟନାଣ୍ଟ ଦ୍ୱିବେଦୀଙ୍କ ରୋଲ ନମ୍ବର ୯୩୧ ଥିବା ବେଳେ ଆଡମିରାଲ ତ୍ରିପାଠୀଙ୍କ ରୋଲ ନମ୍ବର ୯୩୮ ଥିଲା।ସ୍କୁଲ ବେଳରୁ ଏହି ଦୁଇ ଜଣ ଅଧିକାରୀ ଭଲ ସାଙ୍ଗ ଥିଲେ।

Breaking News