ରିପୋର୍ଟ କାର୍ଡ / ଜଗତସିଂହପୁର/ ନୟାଗଡ଼
ଲଗୁଚାପ ଜନିତ ବର୍ଷାରେ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ନଦୀ ଏବେ ବିପଦ ସଙ୍କେତ ଉପରେ ରହିଛି। ଜଗତସିଂହପୁର ଜିଲ୍ଲାର ଦେବୀନଦୀର ଦଳେଇ ଘାଇ ବିପଦ ସଂକେତ ଟପିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ପର୍ଯ୍ୟନ୍ତ ଜଗତସିଂହପୁର ଜିଲ୍ଲାରେ ସ୍କୁଲ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଜିଲ୍ଲାର ଯେଉଁ ସ୍କୁଲରେ ବନ୍ୟା ପାଣି ପ୍ରବେଶ କରିଛି ଏବଂ ପାଣି ପଶିବା ଆଶଙ୍କା ରହିଛି ତାହାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ | ସେହିପରି ନୟାଗଡ଼ ଜିଲ୍ଲାରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଛି। ଏଥିପାଇଁ ଜିଲ୍ଲାର ୩ଟି ବ୍ଲକରେ ୩୨ଟି ସ୍କୁଲ୍କୁ ୨ ଦିନ ବନ୍ଦ ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଓ ଆସନ୍ତାକାଲି ସ୍କୁଲ ବନ୍ଦ ରଖିବାକୁ ଜିଲ୍ଲାପାଳ କହିଛନ୍ତି। ଗଣିଆ ବ୍ଲକର ୧୧ଟି ସ୍କୁଲ, ଖଣ୍ଡପଡ଼ା ବ୍ଲକର ୨ଟି ଓ ଭାପୁର ବ୍ଲକରେ ୧୨ଟି ସ୍କୁଲ ବନ୍ଦ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ସମ୍ପୃକ୍ତ ବିଦ୍ୟାଳୟରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ରହିବେ ବୋଲି ଜିଲ୍ଲାପାଳ କହିଛନ୍ତି।






More Stories
ଆସିଲା ସୁଭଦ୍ରା ଟଙ୍କା…..
ଶ୍ରୀମନ୍ଦିରକୁ ବୋମା ଧମକ ଦେଇଥିବା ଅଭିଯୁକ୍ତ ଗିରଫ…..
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..