ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦୁଇ ଡୋଜ୍ ଟିକା ଗ୍ରହଣ କାରନଥିଲେ ମିଳିବନି ମାସିକ ଦରମା | ଯେଉଁ ସରକାରୀ କର୍ମଚାରୀ ମାନେ କରୋନାର ଦୁଇ ଡୋଜ୍ ଟିକା ଗ୍ରହଣ କରିନାହାନ୍ତି ସେମାନଙ୍କ ଦରମା ବନ୍ଦ କରିଦେଇଛନ୍ତି ହରିୟାଣା ସରକାର । ଏହି ନିଷ୍ପତି ହରିୟାଣା ସରକାର ଫ୍ରଣ୍ଟଲାଇନ୍ କର୍ମଚାରୀ ମାନଙ୍କ ପାଇଁ କରିଛନ୍ତି । କେନ୍ଦ୍ର ସରକାର ପ୍ରଥମେ ଆଗଧାଡ଼ିର କୋଭିଡ୍ ଯୋଦ୍ଧାଙ୍କ ଠାରୁ ହିଁ ଟିକାକରଣ ପ୍ରକ୍ରିୟା ଆରମ୍ଭ କରିଥିଲେ । କାରଣ ସେମାନଙ୍କ ପାଇଁ ଏହା ଅଧିକ ବିପଦ ସୃଷ୍ଟି କରିପାରେ । ତେଣୁ ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଟିକା ନେଇନଥିବା ଲୋକମାନଙ୍କ ଦରମା ଠପ୍ କରିଦେଇଛନ୍ତି । ସରକାର କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛନ୍ତି । ତେଣୁ ସରକାରୀ କର୍ମଚାରୀ ମାନେ ଟିକାକୁ ଗମ୍ଭୀରତାର ସହିତ ନେବା ପାଇଁ ଏପରି ଘୋଷଣା କରିଛନ୍ତି । ଅନେକ କର୍ମଚାରୀ ଟିକା ନେଇ ନଥିବା ଖବର ସାମନାକୁ ଆସିବାପରେ ସରକାର ଏପରି ନିଷ୍ପତି ନେଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧ କୋଟି ୨୩ ଲକ୍ଷ ୮୬ହଜାର ୭୪୧ ଜଣ ଟିକା ନେଇସାରିଛନ୍ତି ।
More Stories
ମହାକୁମ୍ଭରେ ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ…..
ଅମିତ ଶାହଙ୍କ”ଗୁଣ୍ଡାରାଜ”,ଆପ୍ କର୍ମୀମାନଙ୍କୁ ଆକ୍ରମଣ….
ଭୋଟ୍ ଦେଲେ ରାଷ୍ଟ୍ରପତି,୯ ଟା ସୁଦ୍ଧା ୮.୧୦ ପ୍ରତିଶତ ମତଦାନ…..