ରିପୋର୍ଟ କାର୍ଡ / ଭୁବନେଶ୍ୱର
ଏଣିକି ଅନ୍ଲାଇନରେ ଉପଲବ୍ଧ ହେବ ଯୁକ୍ତ ୨ ପରୀକ୍ଷାର୍ଥୀଙ୍କ ଉତ୍ତରଖାତା। ତେବେ ଏହି ବ୍ୟବସ୍ଥା ପୂର୍ବରୁ ଲାଗୁ କରିବାକୁ ଯୋଜନା ହୋଇଥିଲେ ମଧ୍ୟ କରୋନା ଲାଗି ଗତ ୨ ବର୍ଷ ହେବ ଲାଗୁ ହୋଇପାରି ନଥିଲା। ଏବେ ଏହାକୁ ଲାଗୁ କରିବାକୁ ଗଣଶିକ୍ଷା ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି। ଅନ୍ଲାଇନ୍ରେ ଉତ୍ତରଖାତା ଅପ୍ଲୋଡ୍ ହେବାଦ୍ଵାରା ଏହା ଉଭୟ ପରୀକ୍ଷାର୍ଥୀ ଓ ଅଭିଭାବକଙ୍କ ପାଇଁ କୌଣସି ପ୍ରକାର ଆପତ୍ତି ଅଭିଯୋଗର ସଂଖ୍ୟା ହ୍ରାସକରିବ। ପୂର୍ବରୁ ଏହା ପାଇଁ ବହୁତ ଅସୁବିଧା ଭୋଗିବାକୁ ପଡୁଥିଲା। କିନ୍ତୁ ଏବେ ଛାତ୍ରଛାତ୍ରୀମାନେ ଉତ୍ତରଖାତାରେ କେଉଁ ପ୍ରଶ୍ନ ଲାଗି କେତେ ମାର୍କପାଇଛନ୍ତି ତାହା ସିଧାସଳଖ ଜାଣିପାରିବେ । ଫଳରେ ପୂର୍ବରୁ ରେଜଲ୍ଟ ପ୍ରକାଶ ପରେ ପିଲାମାନେ ଯେପରି କମ୍ ମାର୍କ ମିଳିଥିବା ଅଭିଯୋଗ କରୁଥିଲେ ଏବଂ ପରିଷଦକୁ ଦୌଡୁ ଥିଲେ ସେହି ସମସ୍ୟାର ସମାଧାନ ହେବ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଉତ୍ତରଖାତା ମୂଲ୍ୟାଙ୍କନ ଶେଷ ହେବା ପରେ ଏବଂ ରେଜଲ୍ଟ ପ୍ରକାଶ ପାଇବାର ଏକ ସପ୍ତାହ ମଧ୍ୟରେ ଏହି ଉତ୍ତରଖାତାକୁ ଅନ୍ଲାଇନ୍ରେ ଅପ୍ଲୋଡ କରାଯିବ। ପ୍ରତ୍ୟେକ କଲେଜକୁ ଏକ ସ୍ୱତନ୍ତ୍ର ଆଇଡି ପାସ୍ ୱାର୍ଡ ଦିଆଯିବ । ସେହି ପାସୱାର୍ଡ ମାଧ୍ୟମରେ କଲେଜ କର୍ତ୍ତୃପକ୍ଷ ସେମାନଙ୍କ କଲେଜର ପିଲାଙ୍କର ଉତ୍ତରଖାତା ଦେଖିପାରିବେ ।






More Stories
କଂଗ୍ରେସ ଛାଡିଲେ ଜୟରାମ…..
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
୧୬ରେ ରାଜ୍ୟସଭା ନିର୍ବାଚନ…..