ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୂର୍ବ ସରକାରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି(ଓଏସଡି) ଥିବା ୨ଜଣ ଓଏଏସ ଅଫିସରଙ୍କୁ ନୂଆ ନିଯୁକ୍ତି ମିଳିଛି । ମୋହନ ମାଝୀଙ୍କ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଆଇଏଏସ୍ ଓ ଓଏଏସ୍ ଅଫିସରଙ୍କ ବଦଳି ହୋଇଥିଲା । ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ପୂର୍ବତନ ଓଏସଡି ରଶ୍ମୀରଞ୍ଜନ ରାଉତଙ୍କୁ ଓସଡମା ଡେପୁଟି ଜେନେରାଲ ମ୍ୟାନେଜର ଭାବେ ଡେପୁଟେସନରେ ପଠାଯାଇଥିବାବେଳେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ପୂର୍ବତନ ଓଏସଡି ବିନୟ କୁମାର ପଟେଲଙ୍କୁ ଝାରସୁଗୁଡ଼ା ଡେପୁଟି କଲେକ୍ଟର(ଜମି ଅଧିଗ୍ରହଣ) ଭାବେ ବଦଳି ହୋଇଛି । ଏହି ଦୁଇ ଅଫିସରଙ୍କୁ ନୂଆ ଦାୟିତ୍ୱ ମିଳିଥିବାବେଳେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଅନ୍ୟ ୪ଜଣ ବରିଷ୍ଠ ଓଏଏସ୍ ଲାଲା ମନୋଜ ରାୟ,ଶୁଭ୍ରାଂଶୁ ମିଶ୍ର, ମନୋଜ ସ୍ୱାଇଁ ଓ ରବୀନ୍ଦ୍ର ସେଠୀଙ୍କୁ ଗତ ସପ୍ତାହରେ ନୂଆ ନିଯୁକ୍ତି ମିଳିଥିଲା । ଏହି ସମସ୍ତ ଅଫିସର ନବୀନ ପଟ୍ଟନାୟକ ସରକାରରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର କାର୍ଯ୍ୟ କରୁଥିଲେ । ସେହିପରି ଝାରସୁଗୁଡ଼ା ତହସିଲଦାର ଓଏଏସ୍ ତକ୍ଷକରାଜ ଭିତ୍ରିଆଙ୍କୁ ରେଙ୍ଗାଳି ତହସିଲଦାର ଭାବେ ବଦଳି ହୋଇଛି । ଆଉ ରେଙ୍ଗାଳିରେ ଥିବା ସଦାକର କୁମ୍ଭାରଙ୍କୁ ଝାରସୁଗୁଡ଼ା ତହସିଲଦାର ଭାବେ ବଦଳି କରାଯାଇଛି।
More Stories
ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ…..
ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୧୦ ଗିରଫ…..
ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା….