ରିପୋର୍ଟ କାର୍ଡ / କନ୍ଧମାଳ
ପୋଖରୀରେ ବୁଡ଼ି ୨ ଶିଶୁଙ୍କର ମୃତ୍ୟୁ ହୋଇଛି | ଏଭଲିବ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ସୁଡ୍ରା ପଞ୍ଚାୟତର ଜାର୍ଗୀ ଗାଁରେ | ପରିବାର ଲୋକେ ୨ ଶିଶୁଙ୍କୁ ବହୁତ ଖୋଜାଖୋଜି କରି ପାଇନଥିଲେ | ଶେଷରେ ପୋଖରୀରେ ଭାସୁଥିବା ଅବସ୍ଥାରେ ୨ ମୃତଦେହ ଉଦ୍ଧାର ହୋଇଛି। ମୃତ ୨ ଶିଶୁ ହେଲେ ଗାଁର ପୁଟୁ ହାତୀଙ୍କ ୭ ବର୍ଷର ପୁଅ ଆଉ ଶ୍ରୀକାନ୍ତ ମଳିକଙ୍କ ୪ବର୍ଷର ଝିଅ ବୋଲି ଜଣାପଡିଛି | ମିଳିଥିବା ସୂଚନା ଅନୁସାରେ- ଗତକାଲି ସନ୍ଧ୍ୟା ସମୟରେ ଉଭୟ ଶିଶୁ ଘର ନିକଟ ପୋଖରୀରେ ଖେଳୁଥିଲେ। ହେଲେ ଅସାବଧାନତା କାରଣରୁ ସେମାନେ ପାଣିରେ ବୁଡି ଯାଇଥିଲେ । ଘର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କୁ ପାଇନଥିଲେ । ବହୁ ସମୟ ପରେ ଉଭୟ ପରିବାର ସେମାନଙ୍କ ମୃତ୍ୟୁ ଦେହ ନିକଟସ୍ଥ ପୋଖରୀରେ ଭାସୁଥିବା ଦେଖି ଉଦ୍ଧାର କରିଥିଲେ । ଏହାପରେ ତୁରନ୍ତ ସେମାନଙ୍କୁ ବାଲିଗୁଡା ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।






More Stories
ମୃତଦେହ ଝୁଣି ଖାଉଛି କୁକୁର…..
ବରଗଡ଼ ଧନୁଯାତ୍ରା ପାଇଁ କଳାକାର ଘୋଷଣା…..
ବାଂଲାଦେଶୀଙ୍କ ଘରେ ବୁଲିଲା ବୁଲ୍ଡୋଜର…..