ରିପୋର୍ଟ କାର୍ଡ / ବୌଦ୍ଧ
ବହିରା ଛକଠାରେ ଆଜି ଏକ ମର୍ମନ୍ତୁଦ ସିରିଜ୍ ଦୁର୍ଘଟଣା ଘଟିଛି । ଏକ ସ୍କର୍ପିଓ ୫ଟି ବାଇକ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛି। ଏହା ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଆଜି ସକାଳେ ଏକ ସ୍କର୍ପିଓ ବଲାଙ୍ଗୀରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା । ବହିରା ଛକଟାରେ ସ୍କର୍ପିଓଟି ଆଗରେ ଯାଉଥିବା ୫ଟି ବାଇକ୍କୁ ପିଟି ରାସ୍ତା କୁ ଓଲଟି ପଡ଼ିଥିଲା। ସ୍କର୍ପିଓ ଚାଳକଙ୍କୁ ପୋଲିସ ଅଟକ ରଖିଛି। ଏହି ଦୁର୍ଘଟଣାରେ ୫ ବାଇକ୍ ଚାଳକଙ୍କ ମଧ୍ୟରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଏହି ସମୟରେ ନିକଟରେ ହୋଟେଲ ପାଖରେ ଛିଡ଼ା ହୋଇଥିବା ଜଣେ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି।






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..