Report Card Odisha

| Daily Odia News

ଖେଳୁ ଖେଳୁ ବାଲିରେ ପଶିଗଲେ ୨ ନାବାଳକ….

ରିପୋର୍ଟ କାର୍ଡ / କେନ୍ଦ୍ରାପଡ଼ା

ବାଲିରେ ଖେଳୁ ଖେଳୁ ଆଉ ତା’ ଭିତରୁ ବାହାରି ପାରି ନ ଥିଲେ ୨ ନାବାଳକ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ମାଗୁରା ଗଣ୍ଡପାଟଣା ଗାଁରେ ଘଟିଛି। ମୃତକଦ୍ୱୟ ହେଲେ ସୁରେନ୍ଦ୍ର ଚାମିଆ ଓ ସୁରେନ୍ଦ୍ର ଚକ୍‌ ବୋଲି ଜଣାପଡିଛି । ମାଗୁରା ଗଣ୍ଡପାଟଣା ଗାଁରେ ପୋଖରୀ ଖୋଳା କାମ ସରିଥିବା ବେଳେ ସେଠାରେ ମାଟି ଓ ବାଲି ଗଦା ହୋଇଛି। ଗତକାଲି ମଧ୍ୟାହ୍ନ ସମୟରେ ୪ ନାବାଳକ ମାଛ ଧରିବାକୁ ସେଠାକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ମାଛ ଧରୁଥିବା ବେଳେ ସୁରେନ୍ଦ୍ର ଚାମିଆ ଓ ସୁରେନ୍ଦ୍ର ଚକ୍‌ ବାଲି ଆଡ଼େଇ ଆଡ଼େଇ ଖେଳୁଥିଲେ। ଏହା ମଧ୍ୟରେ ସେମାନେ ବାଲି ଭିତରକୁ ପଶି ପଶି ଯାଇଥିବା ବେଳେ ଆଉ ବାହାରି ପାରି ନ ଥିଲେ। ଅନ୍ୟ ୨ ନାବାଳକ ବି ଏହା ଜାଣି ନ ପାରି ଘରକୁ ପଳାଇଥିଲେ। ପିଲାଦ୍ୱୟ ଘରକୁ ନ ଫେରିବାରୁ ପରିବାର ଲୋକେ ବିଭିନ୍ନ ଆଡ଼େ ଖୋଜାଖୋଜି କରିଥିଲେ। ଖବର ପାଇ ରାତିରେ ଉକ୍ତ ପୋଖରୀ ପାଖକୁ ଯାଇ ବାଲି ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରିଥିଲେ। ଉଭୟଙ୍କୁ କେନ୍ଦ୍ରାପଡ଼ା ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପ୍ରଚାରିତ ହେବା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି।

Breaking News