ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଆଜି ଆଉ ୨ ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାଫଳରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ତେଣେ ଗଞ୍ଜାମ ଜିଲ୍ଲାକୁ ଫେରିଛି କୋଭିଡ କଟକଣା। କୋଭିଡ ନିୟମାବଳୀ ମାନିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ବାହାର ରାଜ୍ୟର ପର୍ଯ୍ୟଟକଙ୍କ ଉପରେ ପ୍ରଶାସନ ପକ୍ଷରୁ ତୀକ୍ଷଣ ନଜର ରଖାଯାଇଥିବା ସେ କହିଛନ୍ତି। ଏନେଇ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର ଗତକାଲି କହିଥିଲେ, ସମସ୍ତ ସଂକ୍ରମିତଙ୍କ ଲକ୍ଷଣ କମ ଅଛି। ସେମାନଙ୍କର କେବଳ ଥଣ୍ଡା କାଶ ରହିଛି। କେହି ହସ୍ପିଟାଲରେ ନାହାନ୍ତି. ଘରେ ଚିକିତ୍ସିତ ହେଉଛନ୍ତି। ପ୍ରଥମ ଦୁଇ ରୋଗୀ କଟକର। ତୃତୀୟ ରୋଗୀ ଗତକାଲି ଚିହ୍ନଟ ହୋଇଛି। ତାଙ୍କର ପ୍ରୋଟୋକଲ ଅନୁସାରେ ତଦନ୍ତ କରାଯାଉଛି। ପ୍ରଥମ ଦୁଇ ଜଣଙ୍କ ଟ୍ରାଭେଲ ହିଷ୍ଟ୍ରି ନାହିଁ। ତୃତୀୟଙ୍କ ଯାଞ୍ଚ ଚାଲିଛି। ସର୍ଭେଲାନ୍ସ ଆହୁରି ବଢ଼ାଯିବ। ଯାହାର ଲକ୍ଷଣ ଦେଖାଯାଉଛି, ସେମାନେ ପରୀକ୍ଷା କରନ୍ତୁ ଓ ଘରେ ରୁହନ୍ତୁ।






More Stories
ଆସୁଛି ଲଘୁଚାପ…..
ସୈାମ୍ୟରଞ୍ଜନ ମୃତ୍ୟୁ ଘଟଣା;ଗିରଫ ସଂଖ୍ୟା ୧୧କୁ ବୃଦ୍ଧି….
ବିଜେପିର ଶପଥ ଗ୍ରହଣ ଉତ୍ସବ:ଦୁର୍ଗା ମୂର୍ତ୍ତିରୁ ମଞ୍ଚ ଉପରେ ଝାଲମୁଢି ପର୍ଯ୍ୟନ୍ତ….