ରିପୋର୍ଟ କାର୍ଡ / କଟକ
ଓଡ଼ିଶା ହାଇକୋର୍ଟରେ ଶପଥ ନେଲେ ଦୁଇ ନୂଆ ବିଚାରପତି । ନୂଆ ବିଚାରପତି ଜଷ୍ଟିସ ଗୌରୀ ଶଙ୍କର ଶତପଥୀ ଏବଂ ଜଷ୍ଟିସ ଚିତ୍ତ ରଞ୍ଜନ ଦଶ ଶପଥ ନେଇଛନ୍ତି । ଆଜି ମୁଖ୍ୟ ବିଚାରପତି ଦୁଇ ନୂଆ ବିଚରପତିଙ୍କ ଶପଥ ପାଠ କରାଇଛନ୍ତି । ତେବେ ଓଡ଼ିଶା ହାଇକୋର୍ଟରେ ପୂର୍ବରୁ ୨୨ ଜଣ ବିଚାରପତି ଥିଲେ | ଏହି ୨ ନୂଆ ବିଚାରପତି ଙ୍କୁ ମିଶାଇ ହାଇକୋର୍ଟରେ ବିଚାରପତି ସଂଖ୍ୟା ୨୪କୁ ବୃଦ୍ଧି ପାଇଛି । ଉଲ୍ଲେଖ ଯୋଗ୍ୟ-ଦୁଇ ନୂଆ ବିଚରପତିଙ୍କୁ ଗତକାଲି ନିଯୁକ୍ତି କରାଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଦୁଇ ବରିଷ୍ଠ ଅଧିକାରୀଙ୍କୁ ହାଇକୋର୍ଟରେ ନିଯୁକ୍ତ କରାଯାଇଥିବା ଆଇନ୍ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ବିଜ୍ଞପ୍ତିରୁ ଜଣାଯାଇଥିଲା । ପୂର୍ବରୁ ଦୁଇ ଜୁଡ଼ିସିଆଲ ଅଫିସରଙ୍କୁ ବିଚାରପତି ଭାବେ ନିଯୁକ୍ତ କରିବାକୁ ସୁପାରିଶ କରାଯାଇଥିଲା । ସୁପ୍ରିମ୍କୋର୍ଟ କଲେଜିୟମ ପକ୍ଷରୁ ଗୌରୀ ଶଙ୍କର ଶତପଥୀ ଓ ଚିତ୍ତ ରଞ୍ଜନ ଦାସଙ୍କ ନାମ ସୁପାରିଶ ହୋଇଥିବା ସୂଚନା ମିଳିଥିଲା ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..