ରିପୋର୍ଟ କାର୍ଡ / ଭୁବନେଶ୍ବର
ଅବସର ପରେ ବି ସୁଡ଼ା ନିର୍ଦ୍ଦେଶକ ଥିବା ସାରଦା ପ୍ରସାଦ ପଣ୍ଡା ଓ ପୌର ନିର୍ଦ୍ଦେଶକ ଥିବା ସଂଗ୍ରାମଜିତ୍ ନାୟକଙ୍କୁ ହଟାଯାଇଛି। ସାରଦାଙ୍କ ସ୍ଥାନରେ ରବୀନ୍ଦ୍ର କୁମାର ସାହୁ ସୁଡ଼ା ନିର୍ଦ୍ଦେଶକ ହୋଇଛନ୍ତି। ସେହିପରି ସଂଗ୍ରାମଜିତଙ୍କ ସ୍ଥାନରେ ଦେବାଶିଷ ସିଂହଙ୍କୁ ପୌର ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ ଅବସର ନେଇ ସାରିଥିବା ସତ୍ତ୍ୱେ ପୁଣି ବିଭିନ୍ନ ପଦପଦବୀରେ କାର୍ଯ୍ୟ କରୁଥିବା କିଛି ଅଧିକାରୀ ପୂର୍ବରୁ ନିଜ ନିଜ ପଦୀ ଛାଡ଼ି ଦେଇଥିଲେ। ସେହିପରି ନୂଆ ସରକାର ଆସିବା ପରେ ପ୍ରଶାସନିକ ସ୍ତରରେ ଅଦବବଦଳ ଆରମ୍ଭ ହୋଇଯାଇଛି।






More Stories
ବିଦ୍ୟୁତଗ୍ରାହକଙ୍କ ପାଇଁ ଖୁସିଖବର:ବଢ଼ିବନି ବିଲ୍…..
ସରକାରଙ୍କ ଉପରେ ବର୍ଷିଲେ ନବୀନ…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..