Report Card Odisha

| Daily Odia News

କାଠଯୋଡ଼ିରେ ନିଖୋଜ ଘଟଣା: ଉଭୟଙ୍କୁ ଜୀବିତ ଉଦ୍ଧାର କଲା ଅଗ୍ନିଶମ ବାହିନୀ…..

ରିପୋର୍ଟ କାର୍ଡ / କଟକ

କାଠଯୋଡ଼ି ପୋଲ ଉପରେ ମୋବାଇଲ୍‌ ଓ ଆଧାରକାର୍ଡ ରଖି ପାଣିକୁ ଡେଇଁ ନିଖୋଜ ହୋଇଥିବା ଦୁଇଜଣଙ୍କୁ ଉଦ୍ଧାର କରାଯାଇଛି। ଉଭୟଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିବା ଜଣାଯାଇଛି। ଏହାପରେ ଉଭୟଙ୍କୁ ପୁରୀଘାଟ ଥାନାରେ ହାଜର କରାଯାଇଥିଲା ଏବଂ ଏବେ ମେଡିକାଲରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ସେଦୁହେଁ ସଂପର୍କରେ ଶଳାଭାଉଜ ଓ ନଣନ୍ଦେଇ ବୋଲି କୁହାଯାଉଛି। ଗତକାଲି ସନ୍ଧ୍ୟାରେ କଟକ ଜିଲ୍ଲା ବାରଙ୍ଗ ଥାନା ଅଧୀନ ତ୍ରିଶୁଳିଆ ନିକଟ କାଠଯୋଡ଼ିରେ ଏହି ଅଭାବନୀୟ ଘଟଣା ଘଟିଥିଲା। ଉଭୟ ଦୁଇଜଣ ପାଣିରେ ଭାସିଯାଇଥିବା କୁହାଯାଉଥିଲା। ନିଖୋଜ ପ୍ରଦ୍ୟୁମ୍ନ ଲେଙ୍କା ଓ ବର୍ଷା ଲେଙ୍କା ବୋଲି କୁହାଯାଉଥିଲା। ସୂଚନା ଅନୁସାରେ, କଟକ ଜିଲ୍ଲା ବାରଙ୍ଗ ଥାନା ଅଧୀନ ତ୍ରିଶୁଳିଆ ପୋଲ ଉପରକୁ ଆଜି ସନ୍ଧ୍ୟାରେ ଦୁଇଜଣ ପହଞ୍ଚିଥିଲେ। ସେମାନେ ପୋଲ ଉପରେ ମୋବାଇଲ ଓ ଆଧାରକାର୍ଡ ରଖିଥିଲେ। ଏହା ପରେ ହଠାତ୍‌ ପାଣିକୁ ଡେଇଁଥିଲେ। ଉଭୟ ପାଣିକୁ ଡେଇଁବାର ଦୃଶ୍ୟ ସ୍ଥାନୀୟ ଲୋକ ଦେଖିଥିଲେ ମଧ୍ୟ ସେମାନେ କିଛି ଭାବିବା ପୂର୍ବରୁ ଅଘଟଣ ଘଟି ସାରିଥିଲା। ସ୍ଥାନୀୟ ଲୋକଙ୍କର ସୂଚନା ଆଧାରରେ ଘଟଣାସ୍ଥଳକୁ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଥିଲେ।

Breaking News