ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ନିବାଚନ ପ୍ରକ୍ରିୟାରେ ନିୟୋଜିତ ଥିବା କିଛି କର୍ମଚାରୀମାାନେ ଅବହେଳା ପ୍ରଦର୍ଶନ କରିଛନ୍ତି। ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନ ଗଞ୍ଜାମ ଜିଲ୍ଲାର ୩ ଜଣ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ ନିର୍ଦ୍ଦେଶ ହୋଇଛି। ଏଥିରୁ ୨ ଜଣଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଂଜ ବିହାରୀ ଧଳ।ଶ୍ରୀ ଧଳ ସୂଚନା ଦେଇଛନ୍ତି |୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ କରାଯିବ। ଛତ୍ରପୁର ୨୭ ନମ୍ବର ବୁଥ ପ୍ରିଜାଇଡିଂ ଅଫିସର ଗିରଫ ହେବେ। ସେହିପରି ୧୬୩ ନମ୍ବର ପୁଲିଂ ଷ୍ଟେସନର ପ୍ରିଜାଇଡିଂ ଅଫିସର ମଧ୍ୟ ଗିରଫ ହେବେ। ଗୋପାଳପୁରର ଜଣେ ପ୍ରିଜାଇଡିଂ ଅଫିସର ନିଲମ୍ବିତ ହେବେ। ୧୯୩ ନମ୍ବର ପୁଲିଂ ଷ୍ଟେସନ ପ୍ରିଜାଇଡିଂ ଅଫିସର ନିଲମ୍ବିତ ହେବେ। କାର୍ଯ୍ୟରେ ଗୁରୁତର ଅବହେଳା ଯୋଗୁଁ ଏହି କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ହୋଇଛି।






More Stories
ଡିଜିପି ଅନୁରାଗ ଧନଖରଙ୍କ ଆତ୍ମହତ୍ୟା…..
ପ୍ରବଳ ବର୍ଷା ନେଇ ସତର୍କ…..
ସଂଶୋଧିତ ଇଂଲିଶ ବନାନ ତ୍ୱରିତ କାର୍ଯ୍ୟକାରୀ ଲାଗି ନିର୍ଦ୍ଦେଶ…..