ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରରେ ସ୍କୁଲରେ ପିଲା କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। କ୍ୟାପିଟାଲ ହାଇସ୍କୁଲର ୨ ଜଣ ଛାତ୍ର କୋଭିଡ୍ରେ ଆକ୍ରାନ୍ତ ହୋଇ ଥିବା ବେଳେ କେନ୍ଦ୍ରୀୟ ବିଦ୍ୟାଳୟ-୧ରେ ୧୦ରୁ ଅଧିକ ଶିକ୍ଷକ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ବୁଧବାର ସ୍କୁଲର ୩୭୨ ଜଣ ଛାତ୍ରଛାତ୍ରୀଙ୍କର କୋଭିଡ୍ ପରୀକ୍ଷା ହୋଇଥିଲା। ସେମାନଙ୍କ ଭିତରୁ ନବମ ଶ୍ରେଣୀର ଦୁଇ ଜଣ ଛାତ୍ର କରୋନା ପଜିଟିଭ୍ ହୋଇଥିବା ଚିହ୍ନଟ କରାଯାଇଛି। ସେମାନଙ୍କୁ ସଂଗରୋଧରେ ରଖାଯାଇଛି। ଅନ୍ୟ ଛାତ୍ରମାନେ ନେଗେଟିଭ ଥିବା ପ୍ରଧାନଶିକ୍ଷକ ଜିତେନ୍ଦ୍ର ନାୟକ ସୂଚନା ଦେଇଛନ୍ତି। ଦୁଇ ଛାତ୍ର ପଜିଟିଭ ଚିହ୍ନଟ ପରେ ସ୍କୁଲ ଓ ଶ୍ରେଣୀଗୃହକୁ ବିଶୋଧ କରାଯାଇ କଟକଣା ଭିତରେ ପାଠପଢ଼ା ଚାଲିଛି। ସେପଟେ କେନ୍ଦ୍ରୀୟ ବିଦ୍ୟାଳୟ-୧ରେ ୧୦ରୁ ଅଧିକ ଶିକ୍ଷକ କୋଭିଡ୍ରେ ଆକ୍ରାନ୍ତ ହୋଇଛନ୍ତି। ପୂର୍ବରୁ ଲକ୍ଷଣ ଦେଖାଯିବା ପରେ ସେମାନଙ୍କର କରୋନା ଟେଷ୍ଟ କରାଯାଇଥିଲା। ଆରଟିପିସିଆର ଟେଷ୍ଟ ସେମାନେ ପଜିଟିଭ ଚିହ୍ନଟ ହୋଇଥିଲେ। ବର୍ତ୍ତମାନ କୋଭିଡ୍ ନିୟମ ଅନୁଯାୟୀ ସ୍କୁଲରେ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଚାଲିଛି। ଅନ୍ୟ ସମସ୍ତ କ୍ଲାସ୍ ଅଫ୍ଲାଇନ ବଦଳରେ ଅନ୍ଲାଇନରେ ଚାଲୁ ରହିଛି।






More Stories
ଫାଟିଲା ଗ୍ୟାସ୍ ସିଲିଣ୍ଡର; ଜଳିଲା ବଜାର….
ତହସିଲ୍ଦାରଙ୍କ ଘରେ ଭିଜିଲାନ୍ସ ରେଡ଼…..
ଗ୍ୟାସ ସିଲିଣ୍ଡରକୁ ନେଇ ବଡ଼ ଘୋଷଣା…..