ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁ ଓ କଶ୍ମୀରର ପୁଞ୍ଚ ଜିଲ୍ଲା ଡେଗୱାର ସେକ୍ଟରରେ ଯବାନଙ୍କ ଗୁଳିରେ ନିହତ ହୋଇଛନ୍ତି ଦୁଇ ଜଣ ଆତଙ୍କବାଦୀ। ଆତଙ୍କବାଦୀ ନିୟନ୍ତ୍ରଣ ରେଖା ପାର ହୋଇ ଦେଶ ମଧ୍ୟକୁ ପଶି ଆସିଥିବା ଯବାନମାନେ ଲକ୍ଷ୍ୟ କରିଥିଲେ। ଏହା ପରେ ସେମାନେ ସତର୍କ ହୋଇଯିବା ସହିତ ଗୁଳି କରିଥିଲେ। ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ କିଛି ସମୟ ଗୁଳି ବିନିମୟ ହୋଇଥିଲା। ଭାରତୀୟ ସେନା ଓ କଶ୍ମୀର ପୋଲିସର ଏହି ମିଳିତ ଅପରେସନରେ ପାକିସ୍ତାନ ପଟରୁ ଭାରତ ମଧ୍ୟରେ ପ୍ରବେଶ କରିଥିବା ଦୁଇ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଉକ୍ତ ଅଞ୍ଚଳରେ ଯବାନମାନେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି।






More Stories
ଦିଲ୍ଲୀରେ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ…..
କିଭ୍ ଉପରେ ରୁଷ୍ର ଆକ୍ରମଣ; ୩୦ମୃତ…..
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ;ଓଡ଼ିଶାକୁ ଆଲର୍ଟ…..