ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ଏମ୍ସ ହସ୍ପିଟାଲ ପରିସରରେ ଅଗ୍ନିକାଣ୍ଡ ଘଟିଛି। ଏଣ୍ଡୋସ୍କୋପି ବିଭାଗରେ ନିଆଁ ଲାଗି ଥିବା ନେଇ ଖବର ମିଳିଛି। ନିଆଁ ଲିଭାଇବା ପାଇଁ ୬ଟି ଅଗ୍ନିଶମ ଗାଡି ନିୟୋଜିତ ରହିଛି। କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ସେନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଅଗ୍ନିକାଣ୍ଡ କାରଣରୁ ଧୂଆଁମୟ ପରିବେଶ ସୃଷ୍ଟି ହୋଇଛି। ଅଗ୍ନିଶମ କର୍ମଚାରୀ ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛନ୍ତି। ଏଥିରେ ଏଯାଏଁ କ’ଣ କ୍ଷୟକ୍ଷତି ଘଟିଛି ସେନେଇ କୌଣସି ସୂଚନା ମିଳି ନାହିଁ।






More Stories
ନେପାଳ ବନ୍ୟା:ଓଡ଼ିଆଙ୍କ ପାଇଁ ୨୪ ଘଂଟିଆ ହେଲ୍ପ ଡେସ୍କ…..
ନଦୀରେ ଓଲଟିଲା ଡଙ୍ଗା…..
୧୫ ନବଜାତ ଜୀବନ୍ତ ଦଗ୍ଧ……