Report Card Odisha

| Daily Odia News

ଆଜିଠୁ ବଦଳାଇ ହେବ ୨ ହଜାର ଟଙ୍କିଆ ନୋଟ୍‌…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜିଠୁ ଆରମ୍ଭ ହେଉଛି ୨ ହଜାର ଟଙ୍କିଆ ନୋଟର ବଦଳ ପ୍ରକ୍ରିୟା । ବ୍ୟାଙ୍କରେ ଲୋକେ ଜମା କରିପାରିବେ ନିଜ ପାଖରେ ଥିବା ୨୦୦୦ ଟଙ୍କିଆ ନୋଟ୍। ଲୋକେ ଚାହିଁଲେ ବ୍ୟାଙ୍କରେ ଦୁଇ ହଜାର ଟଙ୍କିଆ ନୋଟ୍ ବଦଳାଇ ମଧ୍ୟ ପାରିବେ। ୨ ହଜାର ଟଙ୍କିଆ ବଦଳରେ ୫୦୦ ଟଙ୍କିଆ, ୨୦୦ ଟଙ୍କିଆ ଭଳି ଅନ୍ୟ ନୋଟ୍ ଆଣି ପାରିବେ। ନଚେତ ନିଜ ଖାତାରେ ଲିକ୍ୱିଡ୍ ଆକାରରେ ରଖି ପାରିବେ। ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ଗୋଲାପି ନୋଟ ପ୍ରଚଳନକୁ ପ୍ରତ୍ୟାହର କରିବା ନେଇ ଘୋଷଣା କରିଥିବା ବେଳେ ଆଜିଠାରୁ ନୋଟ୍ ଏକ୍ସଚେଞ୍ଜ୍ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ଏହି ପ୍ରକ୍ରିୟା ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ହାତରେ ପ୍ରାୟ ୪ ମାସ ସମୟ ଥିବାରୁ ଅଯଥାରେ ଲୋକେ ଛାନିଆ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଦେଶରେ ଥିବା ଆରବିଆଇର ୧୯ଟି ଆଞ୍ଚଳିକ କାର୍ଯ୍ୟାଳୟ ସମେତ ସମସ୍ତ ରାଷ୍ଟ୍ରାୟତ ଏବଂ ଘରୋଇ ବ୍ୟାଙ୍କ ଗୁଡିକରେ ଲୋକେ ଏହି ବଡ ଅଙ୍କର ନୋଟ୍ ଅଦଳବଦଳ କରିପାରିବେ।

 

Breaking News