Report Card Odisha

| Daily Odia News

ଗୋଟିଏ ଟ୍ରାକରେ ୨ ଟ୍ରେନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପୁଣି ଏକ ବଡ ରେଳ ଦୁର୍ଘଟଣା ଟଳିଯାଇଛି | ଗୋଟିଏ ଟ୍ରାକରେ ୨ଟି ଟ୍ରେନ ନିକଟତର ହୋଇଥିଲେ। ଉଭୟ ଡ୍ରାଇଭର ଗୋଟିଏ ଟ୍ରାକରେ ୨ଟି ଟ୍ରେନ ଚାଲୁଥିବାଦେଖେି ଇମରଜେନ୍ସି ବ୍ରେକ ଲଗାଇଥିଲେ। ଟ୍ରେନଟି ଦୁର୍ଘଟଣାର ସମ୍ମୁଖିନ ହେବା ପୂର୍ବରୁ ଅଟକି ଯାଇଥିଲା । ଦକ୍ଷିଣ-ପୂର୍ବ ରେଳପଥ ଖଡ଼ଗପୁର ଡିଭିଜନର ରାଧାମୋହନପୁର ଷ୍ଟେସନ ନିକଟରେ ଖଡ଼ଗପୁର-ହାୱଡା ଲୋକାଲ ଟ୍ରେନ ଏବଂ ଜନଶତାବ୍ଦୀ ଏକ୍ସପ୍ରେସ୍ ଆସୁଥିଲେ। ଟ୍ରେନ ଦୁଇଟି ଗୋଟିଏ ଟ୍ରାକରେ ଥିବା ଜାଣି ପାରିଥିଲେ ଚାଳକ ଏବଂ କିଛି ବାଟ ପୂର୍ବରୁ ଉଭୟ ଟ୍ରେନ୍ ଇମରଜେନ୍ସି ବ୍ରେକ୍ ଲଗାଇଥିଲେ। ଫଳରେ କୌଣସି ଦୁର୍ଘଟଣା ଘଟିନଥିଲା। ପରବର୍ତ୍ତି ସମୟରେ ଖଡ଼ଗପୁର-ହାୱଡା ଲୋକାଲ ଟ୍ରେନ ପଛକୁ ଫେରିି ରାଧାମୋହନପୁର ଷ୍ଟେସନର ଅନ୍ୟ ଏକ ଟ୍ରାକରେ ରହିଥିଲା। ଏହାପରେ ଜନଶତାବ୍ଦୀ ଏକ୍ସପ୍ରେସ୍ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା।

Breaking News