ରିପୋର୍ଟ କାର୍ଡ / ଭୁବନେଶ୍ୱର
ନିର୍ବାଚନରେ ବିଜେଡି ପରାଜୟ ହୋଇଛି । ଦଳ ଓ ସଂଗଠନକୁ ସଜାଡ଼ିବା ପାଇଁ କୌଣସି ଉଦ୍ୟମ ହେଉନଥିବା ଦେଖି ଦଳର ଆଗଧାଡ଼ିର କିଛି ବିଧାୟକ ଏବେ ବିଜେପିରେ ମିଶିବାନେଇ ଗୁଞ୍ଜରଣ ସୃଷ୍ଟି କରିଛି। ଏପରିକି ବିଜେପି ମଧ୍ୟ ଏହି ବିଧାୟକମାନଙ୍କୁ ନେବା ପାଇଁ ନିଜର ୬ଟି ମନ୍ତ୍ରୀପଦକୁ ଖାଲି ରଖିଥିବା ଚର୍ଚ୍ଚା ହେଉଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଷ୍କ୍ରିୟତା ଓ ସଂଗଠନକୁ କ୍ରିୟାଶୀଳ ପାଇଁ ଉଦ୍ୟମ ହେଉନଥିବାରୁ ଦଳୀୟ ନେତା, କର୍ମୀ ଓ ବିଧାୟକମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ନିର୍ବାଚନରେ ପରାଜୟର କାରଣର ସମୀକ୍ଷା କରିବାକୁ ଏପର୍ଯ୍ୟନ୍ତ ଆଗ୍ରହ ଦେଖାଉନଥିବା ନବୀନ ପଟ୍ଟନାୟକଙ୍କୁ ଭରସା କରି ଆଉ ଦଳରେ ରହିବାକୁ ବିଜେଡିର ଏକ ବୃହତ୍ ଗୋଷ୍ଠୀ ଚାହୁଁନଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ବିଜେଡି ନିଜର ବିଧାୟକ ଦଳ ନେତା ଭାବେ ଖୁବଶୀଘ୍ର ନବୀନ ପଟ୍ଟନାୟକଙ୍କୁ ଚୟନ କରିବ । ବିଧାନସଭାରେ ନବୀନ ବିରୋଧୀ ଦଳ ନେତା ଭାବେ କାର୍ଯ୍ୟ କରିବେ । ଆଉ ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଓ ମୁଖ୍ୟ ସଚେତକ ଭାବେ ଅରୁଣ ସାହୁଙ୍କୁ ନିଯୁକ୍ତି ମିଳିପାରେ ବୋଲି ଜଣାପଡ଼ିଛି ।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..