ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ୨୦ ସାଂସଦ ଶନିବାର ୨୯ ଓ ରବିବାର ୩୦ ତାରିଖ ଦୁଇ ଦିନ ମଣିପୁର ଗସ୍ତରେ ଯାଉଛନ୍ତି। ସେମାନେ ରାଜ୍ୟର ବିଭିନ୍ନ ଅଞ୍ଚଳ ପରିଦର୍ଶନ ମାଧ୍ୟମରେ ସ୍ଥିତି ସମୀକ୍ଷା କରିବା ସହ ରାଜ୍ୟପାଳଙ୍କୁ ସାକ୍ଷାତ ଯୋଜନା ରଖିଛନ୍ତି। କଂଗ୍ରେସର ଅଧୀର ରଞ୍ଜନ ଚୌଧୁରୀ, ଗୌରବ ଗୋଗଇ ଓ ଫୁଲୋ ଦେବୀ ନେତମ୍, ଜେଡି(ୟୁ)ର ରାଜୀବ ରଞ୍ଜନ (ଲାଲନ୍) ସିଂହ ଓ ଅନିଲ ପ୍ରସାଦ ହେଗଡେ, ଟିଏମ୍ସିର ସୁସ୍ମିତା ଦେବ, ଡିଏମ୍କେର କାନିମୋଝି କରୁଣାନିଧି, ସିପିଆଇର ସନ୍ତୋଷ କୁମାର, ସିପିଆଇ(ଏମ୍)ର ଏ.ଏ ରହିମ, ଆରଜେଡିର ମନୋଜ କୁମାର ଝା, ସମାଜବାଦୀ ପାର୍ଟିର ଜାଭେଦ ଅଲୀ ଖାଁ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ମହୁଆ ମାଝି, ଏନ୍ସିପିର ପି.ପି ମହମ୍ମଦ ଫୈଜଲ, ଆରଏସ୍ପିର ଏନ୍.କେ ପ୍ରେମଚନ୍ଦ୍ରନ୍, ଆଇୟୁଏମ୍ଏଲର ଇ.ଟି ମହମ୍ମଦ ବାସିର, ଆପ୍ର ସୁଶୀଲ ଗୁପ୍ତା, ଶିବସେନାର ଅରବିନ୍ଦ ସାୱନ୍ତ, ଭିସିକେର ଡି. ରବିକୁମାର ଓ ଥୋଲ ତିରୁମାଭଳଭମ୍, ଆରଏଲଡିର ଜୟନ୍ତ ସିଂହ ଏହି ଗସ୍ତରେ ଯିବେ। ପୂର୍ବରୁ ରାହୁଲ ଗାନ୍ଧୀ ମଣିପୁରର କିଛି ଉପଦ୍ରୁତ ଅଞ୍ଚଳ ଗସ୍ତ କରିଥିଲେ।






More Stories
ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ…..
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….