Report Card Odisha

| Daily Odia News

୨୦ କେଜି ସୁନା ସହ ଗାଡ଼ି ଜବତ, ୨ ଅଟକ….

<p>Gold of various weights and sizes sit at Gold Investments Ltd. bullion dealers in this arranged photograph in London, U.K., on Wednesday, July 29, 2020. Gold held its ground after a record-setting rally as investors awaited the outcome of a Federal Reserve meeting amid expectations policy makers will remain dovish, potentially spurring more gains. Photographer: Chris Ratcliffe/Bloomberg</p>

ରିପୋର୍ଟ କାର୍ଡ / ବାରିପଦା

ଜିଏସ୍‌ଟି ଫାଙ୍କିବା ସନ୍ଦେହରେ ମୟୂରଭଞ୍ଜ ଜିଲ୍ଲା ବାରିପଦାର ଏମକେସି ହାଇସ୍କୁଲ ଛକ ନିକଟରେ ଏକ ଲଜିଷ୍ଟିକ୍‌ ଗାଡ଼ିକୁ ଅଟକ ରଖିଛି ପୋଲିସ । ଉକ୍ତ ଗାଡ଼ିରେ ପ୍ରାୟ ୨୦ କେଜିରୁ ଊର୍ଦ୍ଧ୍ୱ ସୁନା ଥିବା ଜଣାଯାଇଛି। ସୁନା କେଉଁଠୁ ଆସୁଥିଲା ଓ କାହା ପାଖକୁ ଯାଉଥିଲା ତାହାର ଛାନଭିନ୍‌ ଚାଲିଥିବା ବେଳେ କମ୍ପାନୀର ଦୁଇ କର୍ମଚାରୀ ଅଟକ ଅଛନ୍ତି। ଗତକାଲି ମଧ୍ୟ ରାତ୍ରରେ କୋଲକତାରୁ ଏକ ଲଜିଷ୍ଟିକ୍ ଗାଡ଼ିରେ ପ୍ରାୟ ୨୦ କେଜି ସୁନା ବାରିପଦା ସହରକୁ ଆସିଥିଲା। ମୁମ୍ବାଇରୁ ଉକ୍ତ ସୁନା ଫ୍ଲାଇଟ୍‌ରେ କୋଲକତାରେ ପହଞ୍ଚିଥିଲା। ଏହାପରେ ସେଠାରୁ ସଡ଼କ ପଥରେ ଲଜିଷ୍ଟିକ୍‌ ଗାଡ଼ିରେ ଜଳେଶ୍ୱର ଦେଇ ବାରିପଦା ସହରରେ ପହଞ୍ଚିଥିଲା। ଏନେଇ ଜିଏସ୍‌ଟି ଅଧିକାରୀ ବିଶେଷ ସୂତ୍ରରୁ ଖବର ପାଇ ଏମକେସି ହାଇସ୍କୁଲ ଛକ ନିକଟରେ ଜଗି ରହିଥିଲେ। ମଧ୍ୟ ରାତ୍ରିରେ ଗାଡ଼ିଟି ଅତିକ୍ରମ କରୁଥିବା ବେଳେ ପୁଲିସ୍‌ ସହାୟତାରେ ତାହାକୁ ଅଟକ ରଖାଯାଇଛି। ଗାଡ଼ିର କାଗଜପତ୍ର ଯାଞ୍ଚ କରାଯାଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସୁନା ଦୋକାନକୁ ଏହି ସୁନା ଆସିଥିବା ଜଣାଯାଇଛି। ତେବେ କେଉଁ ଦୋକାନକୁ କେତେ ସୁନା ଆସିଛି, ସେମାନେ ଜିଏସ୍‌ଟି ପଇଠ କରିଛନ୍ତି ନା ଫାଙ୍କିଛନ୍ତି ତାହାର ଯାଞ୍ଚ ଚାଲିଛି। ଗାଡ଼ିଟି ସିଲ୍‌ ହୋଇଥିବା ବେଳେ ତାହାକୁ ଥାନା ପରିସରରେ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି। ଏଥିସହ ସମ୍ପୃକ୍ତ ସୁନା ଦୋକାନୀମାନଙ୍କୁ ଥାନାକୁ ଡକାଯାଇଛି। ସେମାନେ ପହଞ୍ଚିବା ପରେ ସିଲ୍‌ ଖୋଲାଯାଇ ସୁନା ଓଜନ କରାଯିବା ସହ ଜିଏସ୍‌ଟି ବିଲ୍‌ ଯାଞ୍ଚ କରାଯିବ ବୋଲି ଅଧିକାରୀ କହିଛନ୍ତି। ଗାଡ଼ିର କାଗଜପତ୍ର ଯାଞ୍ଚ କରାଯାଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସୁନା ଦୋକାନକୁ ଏହି ସୁନା ଆସିଥିବା ଜଣାଯାଇଛି। ତେବେ କେଉଁ ଦୋକାନକୁ କେତେ ସୁନା ଆସିଛି, ସେମାନେ ଜିଏସ୍‌ଟି ପଇଠ କରିଛନ୍ତି ନା ଫାଙ୍କିଛନ୍ତି ତାହାର ଯାଞ୍ଚ ଚାଲିଛି। ଗାଡ଼ିଟି ସିଲ୍‌ ହୋଇଥିବା ବେଳେ ତାହାକୁ ଥାନା ପରିସରରେ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି। ଏଥିସହ ସମ୍ପୃକ୍ତ ସୁନା ଦୋକାନୀମାନଙ୍କୁ ଥାନାକୁ ଡକାଯାଇଛି। ସେମାନେ ପହଞ୍ଚିବା ପରେ ସିଲ୍‌ ଖୋଲାଯାଇ ସୁନା ଓଜନ କରାଯିବା ସହ ଜିଏସ୍‌ଟି ବିଲ୍‌ ଯାଞ୍ଚ କରାଯିବ ବୋଲି ଅଧିକାରୀ କହିଛନ୍ତି।

Breaking News