ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜିଠାରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେଉଛି | ଶୀତ ଅଧିବେଶନ ଡିସେମ୍ବର ୨୩ ତାରିଖରେ ଶେଷ ହେବ। ଚଳିତ ଶୀତ ଅଧିବେଶନରେ କୃଷି ଆଇନ ଉଚ୍ଛେଦ ବିଲ୍ ଆସିବ। ଏହି ଅଧିବେଶନ କାଳରେ ୨୬ଟି ବିଲ୍ ସଂସଦରେ ଆଗତ କରାଯିବା ଯୋଜନା ରହିଛି । ସେଥିମଧ୍ୟରେ କୃଷି ଆଇନ ଉଚ୍ଛେଦ ଆଇନ ଏବଂ କ୍ରିପ୍ଟୋକରେନ୍ସି ଏବଂ ସରକାରୀ ଡିଜିଟାଲ ମୁଦ୍ରା ନିୟନ୍ତ୍ରଣ ବିଲ୍ ଅନ୍ତର୍ଭୁକ୍ତ । ଏଥିସହିତ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍, ୨୦୧୯ ଉପରେ ଯୁଗ୍ମ ସଂସଦୀୟ କମିଟିର ଏକ ରିପୋର୍ଟକୁ ମଧ୍ୟ ଏହି ଅଧିବେଶନ କାଳରେ ସଂସଦର ଉଭୟ ଗୃହରେ ଉପସ୍ଥାପନ କରାଯିବ । ସୋମବାର ଦିନ ତିନି କୃଷିଆଇନ ଉଚ୍ଛେଦ କରିବାକୁ ଏକ ବିଲ୍ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆଗତ କରିବାକୁ ଯାଉଛନ୍ତି । ଅନ୍ୟପକ୍ଷରେ ବିରୋଧୀ ରାଜନୈତିକ ଦଳଗୁଡିକ କେବଳ ସେତିକିରେ ସନ୍ତୁଷ୍ଟ ନହୋଇ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ସମ୍ପର୍କରେ ଆଇନ ପ୍ରଣୟନ ପାଇଁ ଦାବି ଉଠାଇବେ ବୋଲି କହିଛନ୍ତି । ଶାସକ ବିଜେପି ଏବଂ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ନିଜ ନିଜ ଦଳର ସାଂସଦଙ୍କ ଉପରେ ହ୍ୱିପ ଜାରିକରି ଅଧିବେଶନର ପ୍ରଥମ ଦିନ ଉପସ୍ଥିତ ରହିବାକୁ କହିଛନ୍ତି । ଅନ୍ୟପକ୍ଷରେ ସଂସଦର ମୌସୁମୀ ଅଧିବେଶନ କାଳରେ ବ୍ୟାପକ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଥିବା ୨୦ ଜଣ ସାଂସଦଙ୍କୁ ଚଳିତ ଅଧିବେଶ






More Stories
ମୁନ୍ଦ୍ରା ବନ୍ଦରରେ ପହଞ୍ଚିଛି ଜଗ୍ ଲଡକି…..
ରାଜନୀତିରେ କେବେ ପୂର୍ଣ୍ଣଚ୍ଛେଦ ପଡ଼ିନଥାଏ…..
ଦିଲ୍ଲୀ ସାଧନଗରରେ ଅଗ୍ନିକାଣ୍ଡ:୩ ଜଣ ଶିଶୁଙ୍କ ସମେତ ୭ ମୃତ…..